pakka

୧୪ ଅଗଷ୍ଟରେ ରେଳ ରୋକ : ରାଜବୋଡାସମ୍ବର କୃଷକ ସଂଗଠନ ଦେଲା ଚେତାବନୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଫସଲ ବୀମା ବିଳମ୍ବ, ସମସ୍ତ ଚାଷୀ ଗୃହୀତ ହୋଇନଥିବା, ଯେଉଁ ପଞ୍ଚାୟତ ବୀମା ପାଇଛନ୍ତି ସେମାନଙ୍କୁ ଠିକ ଭାବରେ କ୍ଷତିପୂରଣ ନ ଦେବା ପ୍ରତିବାଦରେ ଆସନ୍ତା ୧୪ ତାରିଖ ସକାଳ ୧୦ରୁ ବରଗଡ଼ ରେଳ ଷ୍ଟେସନଠାରେ ରେଳ ରୋକ୍‌ ଆନ୍ଦୋଳନ କରାଯିବାକୁ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛ । ସଂଗଠନ ପକ୍ଷରୁ ଆଲୋଚନା, ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ, କୃଷିମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କଲାପରେ ମଧ୍ୟ ଏଥିପ୍ରତି କେହି ଧ୍ୟାନ ନ ଦେବା, ତଥା ବିଭିନ୍ନ ସ୍ତରରେ ଆନ୍ଦୋଳନ ପରେ ବାଧ୍ୟହୋଇ ରେଳ ରୋକ୍‌ ଆନ୍ଦୋଳନ ପାଇଁ ନିଷ୍ପତ୍ତି ହୋଇଅଛି । ଆଜି ବରଗଡ଼ ରେଳ ବିଭାଗର ଏସଡିଏମ, ବରଗଡ଼ ଏସ୍‌ପି ଓ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ବରଗଡ଼ ଓକିଲ ସଂଘ, ବଣିକ ସଂଘ, ରେଳବାଇ ଉପଭୋକ୍ତା ସଂଘକୁ ଲିଖିତ ଭାବେ ଜଣାଇ ଦିଆଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

14 + eleven =