pakka

ଦେଓଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଉଦ୍‌ଯାପିତ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁ‌ଷ୍ଠିତ ହୋଇଯାଇଛି । ଦେଓଗାଁ ପଞ୍ଚାୟତ ସମିତି ବାଳିକା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରଦୀପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ଆଚାର୍ଯ୍ୟ ଭବାନୀ ପୁରୋହିତ ସଭା ସଂଯୋଜନା କରିଥିବା ବେଳେ କୁରୁଜୀ ସମ୍ବିତ ସା ଜୀବନରେ ବିଜ୍ଞାନର ଉପଯୋଗିତା ଉପରେ ଆଲୋକପାତ କରିଥିଲେ । ମେଳାରେ ଶିଶୁ ବାଟିକା ବିଭାଗ ସହ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୧୩୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଜ୍ଞାନ ଶିକ୍ଷକ ପ୍ରଦୀପ ସାହୁ, ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଚାପଧାରୀ ବଗର୍ତ୍ତି ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପର ମୂଳ୍ୟାଙ୍କନ କରିଥିଲେ । ଏହି ଅବସରରେ ଶିଶୁଙ୍କ ବିଜ୍ଞାନ, ସଂସ୍କୃତି ଜ୍ଞାନ ଓ ଗଣିତ ପ୍ରଶ୍ନମଞ୍ଚ ଅନୁ‌ଷ୍ଠିତ ହୋଇଥିଲା । ଅନୁ‌ଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସନ୍ତୋ‌ଷ ସାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁ‌ଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ତଥା ସେବକ, ସେବିକାଙ୍କ ସହଯୋଗରେ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସହ ଆଚାର୍ଯ୍ୟ ଧବଲେଶ୍ୱର ସା କୁନି କୁନି ବୈଜ୍ଞାନିକ ଭାଇ, ଭଉଣୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

14 − 11 =