ପିପିଲିପାଲି ଛକ ନିକଟରେ ଦୁର୍ଘଟଣା

ଲୋଇସିଂହା, (କେପିଏନ୍‌ଏସ୍‌) : ପିପିଲିପାଲି ଛକ ନିକଟରେ ସଡକ ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଭରସୁଜା ଗ୍ରାମର ରାନୀ ବରିହା ଓ ଶଶୀ ଜୁଏଡ ୨ ଜଣ ବାଇକ ଯୋଗେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପିପିଲିପାଲି ଛକରେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରି ଏକ ବୋଲେରୋ ଯୋଗେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଆଣିଥିଲେ । ବଲାଙ୍ଗିର ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା କରିବା ନିମନ୍ତେ ସର୍ଜରି ୱାର୍ଡରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.