ଜାତୀୟ ହସ୍ତତନ୍ତ ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାତୀୟ ହସ୍ତତନ୍ତ ଦିବସ ଅବସରରେ HTH Odisha ପକ୍ଷରୁ ରାଜ୍ୟସ୍ତରୀୟ ‘ଜାତୀୟ ହସ୍ତତନ୍ତ ଦିବସ’ ପାଳନ କରାଯାଇଛି । ଏଥିରେ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ନିରବିଚ୍ଛିନ୍ନ ଭାବରେ ହସ୍ତଶିଳ୍ପ କ୍ଷେତ୍ରରେ ଅବଦାନ କରିଆସୁଥିବା ବିଭିନ୍ନ ସମିତିଗୁଡିକୁ ପୁରସ୍କୃତ କରାଯାଇଥିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.