ବାଇକ ଆରୋହୀଙ୍କ ଠାରୁ ଲୁଟ ଅଭିଯୋଗ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ପାଟଣାଗଡ ରାସ୍ତାର ଓଏଭି ନିକଟରେ ଗୁରୁବାର ଜଣେ ବାଇକ ଆରୋହୀଙ୍କ ଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ତାଙ୍କ ଠାରୁ ମୋବାଇଲ, ଟାବଲେଟ ସହ କାଗଜପତ୍ର ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୁଲିସର ସୂଚନା ଅନୁସାରେ ବେଲପଡା ବ୍ଲକ କପାଣି ଗାଁରେ କ୍ଷିତୀଶ ବେହେରା ଲାଠୋରରେ ଏକ ମାଇକ୍ରୋ ଫାଇନାନ୍ସ କମ୍ପାନିରେ କାମ କରନ୍ତି । ଗୁରୁବାର ମଧ୍ୟାହ୍ନରେ ସେ କପସିପାଲି ଗାଁରୁ ବାଇକ ଯୋଗେ ଲାଠୋରକୁ ଯାଉଥିଲେ । ପଛପଟୁ ଏକ କଳା ବୁଲେଟରେ ୩ ଜଣ ଲୁଟେରା ଆସି ତାଙ୍କୁ ଅଟକାଇବା ସହ ମାରଣାସ୍ତ୍ର ଦେଖାଇ ଲୁଟ କରିଥିଲେ । ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.