କାର୍ଯ୍ୟରତ ଶିକ୍ଷକଙ୍କ ଲାଗି ସ୍ୱତନ୍ତ୍ର ଓଟିଇଟି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିନା ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ରେ ସ୍କୁଲରେ କାର୍ଯ୍ୟରତ ଶିକ୍ଷକମାନଙ୍କ ଲାଗି ସ୍ୱତନ୍ତ୍ର ଓଟିଇଟି ହେବ । ଏକାଧିକ ଥର ପରୀକ୍ଷା ଦେଇ ବିଫଳ ହୋଇଥିବା, ଆଦୌ ଓଟିଇଟି ଦେଇନଥିବା ଶିକ୍ଷକ ଶିକ୍ଷୟତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗତ ଜୁଲାଇ ୭ରେ ଗଣଶିକ୍ଷା ବିଭାଗକୁ ପଠାଯାଇଥିବା ପ୍ରସ୍ତାବ ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସହମତି ପ୍ରକାଶ କରିଛି । ଏଥିରେ ଆହୁରି ନିଷ୍ପତ୍ତି ନିଆଯାଇଛି ଯେ, ଇନ୍‌-ସର୍ଭିସ୍‌ ଶିକ୍ଷକଙ୍କ ଲାଗି ହେବାକୁ ଥିବା ଓଟିଇଟି ସମୟରେ ସମାନ୍ତରାଳ ଭାବେ ନୂତନ ପ୍ରାର୍ଥୀଙ୍କ ଲାଗି ମଧ୍ୟ ଓଟିଇଟି କରାଯିବ । ଏ ଦିଗରେ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ପରିଷଦକୁ ଅନୁମତି ପ୍ରଦାନ କରାଯାଇଛି ।

Leave A Reply

Your email address will not be published.