oom

ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ଉପସଚିବଙ୍କ ବରଗଡ ଗସ୍ତ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜଳ ଜୀବନର ପ୍ରାଥମିକ ଆବଶ୍ୟକତା, ତେଣୁ ଏହାକୁ କିପରି ଆଗାମୀ ଦିନରେ ସଂରକ୍ଷଣ କରି ରଖା ଯାଇ ପାରିବ ସେଥିପ୍ରତି ଆଜି ଠାରୁ ଯତ୍ନ ବାନ ହେବା ଦରକାର ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜଳ ଶକ୍ତି ଅଭିଯାନ ବୈଠକରେ କେନ୍ଦ୍ର ସରକାରଙ୍କ ଶକ୍ତି ବିଭାଗ ଉପସଚିବ ବେଞ୍ଜାମିନ କରୁଣାକରନ କହିଥିଲେ । ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଚିବ ଶ୍ରୀ କରୁଣାକରନଙ୍କ ସହ ସାଇଣ୍ଟିଫିକ୍ ଅଧିକାରୀ ଏସଏସ ଚୈହାନ ଯୋଗଦେଇ ଜିଲ୍ଲାର ଜଳ ଉତ୍ସଗୁଡିକର ରକ୍ଷଣା ବେକ୍ଷଣ ପାଇଁ ଆବଶ୍ୟକ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜଳ ଶକ୍ତି କେନ୍ଦ୍ର, ଜିଲ୍ଲା ପରିଷଦ ବରଗଡ଼ ତରଫରୁ ‘ଜଳ ସମାଚାର’ ପୁସ୍ତିକାକୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାର ଜଳ ଶକ୍ତି ଅଭିଯାନର ବିଭିନ୍ନ ତଥ୍ୟ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ଗତକାଲି ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ଜିଲ୍ଲାରେ ଚାଲିଥିବା ଗାଇସିଲେଟ, ବିଜେପୁର ଓ ବରଗଡ଼ ବ୍ଲକ ସହ ବରଗଡ଼ ପୌରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଜଳ ପ୍ରକଳ୍ପ ଓ ଉତ୍ସଗୁଡିକ ବୁଲି ଦେଖିଥିଲେ । ଏହାର ନବୀକରଣ, ବର୍ଷା ଜଳ ସଂରକ୍ଷଣ ଏବଂ ମୁଁ ତଳ ଜଳର ଅଭିବୃଦ୍ଧି ନିମିତ୍ତ ବୈଷୟିକ ପରାମର୍ଶ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.