oom

ରାଜବୋଡାସମ୍ବର କୃଷକ ସଂଗଠନର ବୈଠକ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ନିସର୍ଗ ନିବାସଠାରେ ରାଜବୋଡାସମ୍ବର କୃଷକ ସଂଗଠନ ପାଇକମାଲ ଓ ଝାରବନ୍ଧ ବ୍ଲକର ବିଶ୍ୱନାଥ ରଣାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇ ୨୦୨୧ ମସିହା ପ୍ରଧାନମନ୍ତ୍ରୀ ଫସଲ ବୀମା ଉପରେ ରାଜ୍ୟ ସରକାରଙ୍କ ଉଦାସିନତା ମନୋଭାବର ସୁଯୋଗ ନେଇ ବୀମା କମ୍ପାନୀ ଚାଷୀମାନଙ୍କୁ ଠକି ଚାଲୁଥିବା ଯୋଗୁଁ ବିଭିନ୍ନ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନର ସହିତ ଆଲୋଚନା କରି ବିଫଳ ହେତୁ ଆସନ୍ତା ଅଗଷ୍ଟ ୧୫ ତାରିଖ ଭିତରେ ବୀମା ଟଙ୍କା ଚାଷୀମାନଙ୍କ ଏକାଉଣ୍ଟକୁ ନ ଆସେ ତା ହେଲେ ପାଇକମାଲ ଓ ଝାରବନ୍ଧ ବ୍ଲକ ର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବା ପାଇଁ ସଂଗଠନ ତରଫରୁ ନିଷ୍ପତ୍ତି ନିଆଗଲା । ଏହି ବୈଠକରେ ସନ୍ତୋଷ ବେହେରା, ବାଳକୃଷ୍ଣ ବନଛୋର, ରାହାସ ସାହୁ, ପିତାମ୍ବର ସାହୁ, ପାନାଲାଲ ସେଠ, ହୁତାଶନ ପାଣ୍ଡେ, ଭଜନ ସାଗର ଡୋଲାମଣୀ ଚୈଧୁରୀ, ଗିରିଧାରୀ ପାତ୍ର, କେଶବ ରଞ୍ଜନ ବେହେରା, ଗୁପତ ବାରିକ, ବିନୋଦ ପଟେଲ, ସୌଦାଗର ପ୍ରଧାନଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.