oom

ଗ୍ରାମ ପଞ୍ଚାୟତ ଉନ୍ନୟନ ମୂଳକ ଖସଡା ପାଇଁ ପ୍ରସ୍ତୁତି ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ସଭାଗୃହ ଠାରେ ସମସ୍ତ ସଭ୍ୟସଭ୍ୟା ତଥା ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନେଇ ଗ୍ରାମ ପଞ୍ଚାୟତ ଉନ୍ନୟନ ମୂଳକ ଖସଡା ପ୍ରସ୍ତୁତି ପାଇଁ ପ୍ରଥମ ପର୍ୟ୍ୟାୟ ଗ୍ରାମପଞ୍ଚାୟତ ଉନ୍ନୟନର ଖସଡା ପ୍ରସ୍ତୁତି ବୈଠକ ସରପଂଚ ଅଭିମନ୍ୟୁ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ପଂଚାୟତମାନଙ୍କରେ ଯାଉଥିବା ସମସ୍ତ ଗ୍ରାମର ସ୍କୁଲ, ରାସ୍ତାଘାଟ, ପାନୀୟ ଜଳ ଯୋଗାଣର ସୁବ୍ୟବସ୍ଥା ଇତ୍ୟାଦିକୁ ନେଇ ହେଉଥିବା ଉନ୍ନୟନମୂଳକ କାର୍ୟ୍ୟକ୍ରମର ଖସଡା ପ୍ରସ୍ତୁତିରେ ଆଗାମୀ ଦିନରେ ଗ୍ରାମ ପଞ୍ଚାୟତ ଅଂଚଳର ରୂପରେଖ ନିଶ୍ଚିତ ବଦଳିବ ବୋଲି ବୁକୁରାମୁଣ୍ଡା ସରପଞ୍ଚ ଅଭିମନ୍ୟୁ ବରିହା ମତବ୍ୟକ୍ତ କରିଛନ୍ତି । ଅଂଚଳର ସାମୁହିକ ବିକାଶ ସକାଶେ ଉପସ୍ଥିତ ସଭ୍ୟସଭ୍ୟା ନିଜ ନିଜ ଗ୍ରାମର ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ତାଲିକା ପ୍ରସ୍ତାବ ପ୍ରଦାନ ଦେଇଥିଲେ । ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ ମେମ୍ବର ପ୍ରକାଶ ସେଠ, ରମେଶ ପ୍ରଧାନ, ହାରାବତୀ ମାଝି, ହାରାବତୀ ଭୋଇ, କାର୍ୟ୍ୟ ନିର୍ବାହୀ ଅଧିକାରୀ ଭୋଜରାଜ ଭୁଏ, ସମିତି ସଭ୍ୟ ଜଗନ୍ନାଥ ଛତ୍ରିଆ, ଗ୍ରାମ ରୋଜଗାର ସେବକ ମହାନନ୍ଦ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.