ବଲାଙ୍ଗିର ଜିଲ୍ଲାରେ ଆଜି ୬୭ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ମ୍ୟୁନିସିପାଲିଟିରୁ ୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରେ ୭ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂଚନାରୁ ଜଣାପଡ଼ିଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳର ୱାର୍ଡ ନଂ.୨ରୁ ୩ ଓ ୱାର୍ଡ ନଂ.୭, ୧୦, ୧୫, ୧୮ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ବଲାଙ୍ଗିର ବ୍ଲକ୍‌ ଭୁତିଆର୍‌ବାହାଲ ଗ୍ରା.ପ.ରୁ ୧, ତୁଷୁରାବାହାଲ ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ୪, ବେଲପଡ଼ା ବ୍ଲକ୍‌ ଘାଗୁର୍ଲି ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ୍‌ ଜାମୁଟ ଗ୍ରା.ପ.ରୁ ୧, ବୀରାମୁଣ୍ଡା ଗ୍ରା.ପ.ରୁ ୧ ଓ ଘୁନା ଗ୍ରା.ପ.ରୁ ୩, ଖପ୍ରାଖୋଲ ବ୍ଲକ୍‌ ନାନ୍ଦୁପଲା ଗ୍ରା.ପ.ରୁ ୧, ବେନ୍ଦେର ଗ୍ରା.ପ.ରୁ ୧ ଓ ମହରାପଦର ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ ଲୋଇସିଂହା ଗ୍ରା.ପ.ରୁ ୨ ଓ କୁଶଙ୍ଗ ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗ୍ରା.ପ.ରୁ ୨, ପାଟଣାଗଡ଼ ବ୍ଲକ୍‌ ସୋଲବନ୍ଧ ଗ୍ରା.ପ.ରୁ ୩, ଲରମ୍ଭା ଗ୍ରା.ପ.ରୁ ୨, ବଥର୍ଲା ଗ୍ରା.ପ.ରୁ ୨, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧ରୁ ୧, ୭ରୁ ୧, ପୁଇଁନ୍ତଲା ବ୍ଲକ୍‌ ବନ୍ଧପଡ଼ା ଗ୍ରା.ପ.ରୁ ୧, ଭାଲେର ଗ୍ରା.ପ.ରୁ ୧, ଛତାପିପଲ ଗ୍ରା.ପ.ରୁ ୧, ଖଲିଆପାଲି ଗ୍ରା.ପ.ରୁ ୨, କୁରୁଲ ଗ୍ରା.ପ.ରୁ ୧, ପିପିର୍ଡା ଗ୍ରା.ପ.ରୁ ୩, ସାଆନ୍ତପୁର ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ଘୁନସର ଗ୍ରା.ପ.ରୁ ୧, କରମତଲା ଗ୍ରା.ପ.ରୁ ୧ ଓ କୁମ୍ଭାରୀ ଗ୍ରା.ପ.ରୁ ୬, ଟିଟିଲାଗଡ଼ ବ୍ଲକ୍‌ ବାନ୍ଧୁପଲା ଗ୍ରା.ପ.ରୁ ୧, ଖୋଲାନ ଗ୍ରା.ପ.ରୁ ୧, ସିଲୁଆଁ ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୨, ୫, ୬, ୭, ୯ରୁ ଜଣେ ଲେଖାଏଁ ଓ ୱାର୍ଡ ନଂ.୧୪ରୁ ୨, ତୁରେକେଲା ବ୍ଲକ୍‌ ଧାମନଡଙ୍ଗା ଗ୍ରା.ପ.ରୁ ୧ ଓ ତୁରେକେଲା ଗ୍ରା.ପ.ରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାରେ ୬୩୮ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା କୁହାଯାଇଛି ।

Leave A Reply

Your email address will not be published.