ଆଶ୍ରମ ବିଦ୍ୟାଳୟରେ ୫ମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ : କାରଣ ଅସ୍ପଷ୍ଟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଋତୁଙ୍ଗିଆ ଗ୍ରାମ ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା । ଗତ ଶୁକ୍ରବାର ଦିନ ସହେଲ ମଳିକ ନାମକ ପଞ୍ଚମ ଶ୍ରେଣୀ ଛାତ୍ର ସ୍କୁଲ ଛୁଟି ପରେ ହଷ୍ଟେଲ ପରିସରରେ ଥିବା ଏକ ଗଛ ଡାଳରେ ଏକ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ହଷ୍ଟେଲ ଅନ୍ତେବାସୀଙ୍କ ପାଟିତୁଣ୍ଡ ଶୁଣି ପ୍ରଧାନ ଶିକ୍ଷକ ଏବଂ ରୋଷେୟା ତାଙ୍କୁ ଉଦ୍ଧାର କରିଥିଲେ । ଛାତ୍ର ଜଣଙ୍କ କେଉଁ କାରଣରୁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହା ଅସ୍ପଷ୍ଟ ରହିଛି । ଶିକ୍ଷକମାନେ ହଷ୍ଟେଲରେ ରହୁନଥିବାରୁ ଏମିତି ଅଘଟଣମାନ ଘଟୁଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ସ୍କୁଲ ପରିଚାଳନା କମିଟି ଓ ଋତୁଙ୍ଗିଆ ସରପଞ୍ଚ ପିଙ୍କି ପ୍ରଧାନଙ୍କ ତାଗିଦ ପରେ ଏଣିକି ରାତିରେ ହଷ୍ଟେଲ ପିଲାଙ୍କୁ ଶିକ୍ଷକ ଜଗିବେ ବୋଲି ପ୍ରଧାନଶିକ୍ଷକ କିଶୋର ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.