ବଡଭାଇର ମୃତ୍ୟୁ ଖବର ଶୁଣି ସାନଭାଇର ଆତ୍ମହତ୍ୟା ଉଦ୍ୟମ ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ଜୀବନ ହରାଇଲେ ସାନଭାଇ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା କୁମାରଖୁନ ଗାଁରେ ଘଟିଛି ଅଭାବନୀୟ ଘଟଣା । ବଡଭାଇର ମୃତ୍ୟୁ ଖବର ପାଇ ବିଷ ପିଇଲେ ସାନଭାଇ । ଗୁରୁତ୍ତର ଅବସ୍ଥାରେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ୧୦ ଘଣ୍ଟା ସମୟରେ ବିଶ୍ଵଜିତ ପୁଟେଲଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏନେଇ ବେଲପଡା ପୋଲିସ କେସ୍‌ ୭/୨୨ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

Leave A Reply

Your email address will not be published.