ଯୁବତୀଙ୍କ ଘର ଆଗରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପତ୍ନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରେକଲା ସେକ୍ଟର-୧୬ ଶିବାଜୀ ନଗର ବସ୍ତିରେ ଜଣେ ଯୁବତୀଙ୍କ ଘର ଆଗରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଆତ୍ମହତ୍ୟା ନାଁ ହତ୍ୟା ସେ ନେଇ ପ୍ରକୃତ କାରଣ ଖୋଜୁଛି ପୋଲିସ । ସୂଚନା ମୁତାବିକ, ସକାଳେ ରାଉରକେଲା ସେକ୍ଟର-୧୬ ଶିବାଜୀ ନଗର ବସ୍ତିର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ଯୁବତୀଙ୍କ ଘର ଆଗ​‌ରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ତେବେ ଏହି ଘଟଣାରେ ଆସିଛି ଏକ ଟ୍ୱିଷ୍ଟ । ଯାହାକି ସମସ୍ତଙ୍କୁ ଚ୍‌କିତ କରିଛି । ଯୁବତୀଙ୍କ ସହ ଯୁବକଙ୍କ ପ୍ରେମ ସମ୍ପର୍କ ଥିବା ଅଭିଯୋଗ ଆସିଛି । ପ୍ରେମ ସମ୍ପର୍କ ନେଇ ଏପରି ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ପତ୍ନୀ । ପ୍ରଥମେ ତାଙ୍କୁ ହତ୍ୟା କରାଯାଇଛି ପରେ ମାରି ଟାଙ୍ଗି ଦେଇଥିବା ମୃତ ଯୁବକଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଯୁବକ ଜଣଙ୍କୁ ବିବାହ କରିବାକୁ ଯୁବତୀ ମନା କରିବାରୁ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.