ଲଜ୍ଜା : ୬ ଜଣ ଲୋକ ମିଶି ରାତିସାରା ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପରଦିନ ଭୁତେଶ୍ୱର ମନ୍ଦିର ନିକଟରୁ ପୀଡିତା ଉଦ୍ଧାର

ଜୟପୁର : ରାଜସ୍ଥାନର ଧୌଲପୁରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନାବାଳିକା ରାତି ସାରା ୬ ଜଣ ଦୁର୍ବୃତଙ୍କ ଦ୍ୱାରା ଗଣଦୁଷ୍କର୍ମ ଶିକାର ହୋଇଥିବା ବେଳେ ପରଦିନ ପୀଡିତାଙ୍କୁ ଭୁତେଶ୍ୱର ମନ୍ଦିର ନିକଟରେ ପକାଇ ଦେଇଥିଲେ । ଏହି ମାମଲାରେ ପୋଲିସ କହିଛି ଯେ, ଜଣେ ୧୪ ବର୍ଷର ନାବାଳିକା ପନିପରିବା ଆଣିବାକୁ ଘରୁ ବାହାରକୁ ଯାଇଥିଲା । କିନ୍ତୁ ବାଟରେ ଜଣେ ବ୍ୟକ୍ତି ତାଙ୍କୁ ତାଙ୍କ କାରରେ ବସିବାକୁ ପ୍ରଲୋଭିତ କରି ତା’ପରେ ବାଇକ୍‌ରେ ବେସିଡି ରୋଡ ଟୋଲ୍‌ ନିକଟକୁ ନେଇ ସେ ଝିଅଟିକୁ ଛାଡି ଦେଇଥିଲା । ତା’ପରେ ଏଠାରେ ଉପସ୍ଥିତ ଥିବା ୬ ଜଣ ବ୍ୟକ୍ତି ଜୋର୍‌ ଜବର୍‌ଦସ୍ତ ଝିଅଟିକୁ ନିଜ କାରରେ ବସାଇ ସାଙ୍ଗରେ ନେଇଯାଇଥିଲେ । ଏହି ୬ ଜଣ ଦୁର୍ବୃତ୍ତ ନାବାଳିକାଙ୍କୁ ରାତିସାରା ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ବାକି ଅଭିଯୁକ୍ତଙ୍କୁ ତନାଘନା ଖୋଜୁଛି । ପୋଲିସ କହିଛି ଯେ, ପରିବାର ସଦସ୍ୟଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ ହୋଇଛି ଏବଂ ଖୁବ୍ ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ।

Leave A Reply

Your email address will not be published.