ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

ଆନନ୍ଦପୁର : ଆନନ୍ଦପୁର ବ୍ଲକ୍ ଅଶସନବଣୀ ଗାଁରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ବୁଧବାର ସନ୍ଧ୍ୟା ବେଳେ ଅଶସନବଣୀ ଗ୍ରାମର ୬୫ ବର୍ଷ ବୟସ୍କ ଡିମ୍ବାଇ ହୋ ନିଜ ବିଲ କାମ ସାରି ଗାଁ ପୋଖରୀକୁ ଧୋଇ ହେବା ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଭାଲୁ ଆକ୍ରମଣରେ ହାତ, କାନ୍ଧ, ପେଟରେ ଗୁରୁତର କ୍ଷତ ହୋଇଥିବା ଯୋଗୁଁ ବ୍ୟାପକ ରକ୍ତସ୍ରାବ ହୋଇଛି । ଯାହା ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ । ଘଟଣାସ୍ଥଳରୁ ଗ୍ରାମବାସୀ ଏବଂ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରୁ ମଧ୍ୟ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗତ ୧ ମାସ ମଧ୍ୟରେ ଏହି ଅଞ୍ଚଳରେ ଭାଲୁ ୩ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଥିବା ଜଣାପଡିଛି ।

Leave A Reply

Your email address will not be published.