ନିଯୁକ୍ତି ସଂକ୍ରାନ୍ତ ଏକ ଫେକ୍ ଚିଠି ଇସ୍ୟୁ ହୋଇଥିବା ନେଇ ସୂଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନାମରେ ନିଯୁକ୍ତି ସଂକ୍ରାନ୍ତ ଏକ ଫେକ୍ ଚିଠି ଇସ୍ୟୁ ହୋଇଥିବା ଆମ ଦୃଷ୍ଟିକୁ ଆସିଛି । ଏହିଭଳି କୌଣସି ଚିଠି ବିଭାଗ ପକ୍ଷରୁ ଇସ୍ୟୁ କରାଯାଇନାହିଁ ଏବଂ ଏହା ବିରୋଧରେ ଆଇନଗତ ପଦକ୍ଷେପ ନେବା ଲାଗି ପୋଲିସ୍‌କୁ ଅବଗତ କରାଯାଇଅଛି । ଦୟାକରି ଏଥିପ୍ରତି ସତର୍କ ରୁହନ୍ତୁ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.