ଶୋଚନୀୟ ଅବସ୍ଥାରେ ବରଗଡ଼ ଭଟଲି ରାସ୍ତା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ କରୁଥିବା ଏକମାତ୍ର ମୁଖ୍ୟ ରାସ୍ତା ବରଡୋଲ ପଞ୍ଚାୟତ ଡାଙ୍ଗ ଗ୍ରାମ ପଧାନଟିକିରାଠାରେ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡି ରହିଥିବା ଅଭିଯୋଗ ହେଉଛି । ଉକ୍ତ ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯିବା ଆସିବା କରୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ରାସ୍ତା ମଧ୍ୟରେ ସୃଷ୍ଟି ହୋଇଥିବା ଗାତ ମଧ୍ୟରେ ବର୍ଷା ପାଣି ଜମି ରହୁଥିବା ବେଳେ ରାତ୍ରି ସମୟରେ ଅନ୍ଧାର କାରଣରୁ ଲୋକଙ୍କୁ ଦେଖା ଯାଉନଥିବାରୁ ଆହୁରି ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏଣୁ ବିଭାଗୀୟ ଅଧିକାରୀ ସମେତ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଯଥାଶୀଘ୍ର ଉକ୍ତ ରାସ୍ତାର ମରାମତି କରାଯାଉ ବୋଲି ଜନ ସାଧାରଣ ଦାବୀ କରିଛନ୍ତି ।

Leave A Reply

Your email address will not be published.