jsm

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଳପୁର ବ୍ଲକ ବକ୍‌ଟି ଗ୍ରା.ପ., ଆଗଲପୁର ଗ୍ରା.ପ., ଭରସୁଜା ଗ୍ରା.ପ., ସାଲେଭଟା ଗ୍ରା.ପ.ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ପାଟଣାଗଡ ବ୍ଲକ ସୁନାମୁଦି ଗ୍ରା.ପ.ରୁ ୧ ଜଣ, ଲୋଇସିଂହା ବ୍ଲକ ହୀରାପୁର ଗ୍ରା.ପ., ଯୋଗୀସର୍ଡା ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ ଏନ୍‌ଏସି ୱାର୍ଡ ନମ୍ବର ୫ରୁ ଜଣେ, ପୁଇଁନ୍ତଲା ଅଟାଗାଁ ଗ୍ରା.ପ.ରୁ ଜଣେ ଓ ଖଲିଆପାଲି ଗ୍ରା.ପ.ରୁ ଜଣେ, ସଇଁତଳା ବ୍ଲକ ସିସକେଲା ଗ୍ରା.ପ., ବେଲଗାଁ ଗ୍ରା.ପ., ବୁଡାବାହାଲ ଗ୍ରା.ପ., ଧରପଗଡ ଗ୍ରା.ପ., ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ଜଣେ ଲେଖାଏଁ, ଟିଟିଲାଗଡ ବ୍ଲକ ବାନ୍ଦୁପଲା ଗ୍ରା.ପ., ଅଦାବାହାଲ ଗ୍ରା.ପ.ରୁ ଜଣେ ଲେଖାଏଁ, ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନଂ ୧୨, ୧, ୨, ୮ରୁ ଜଣେ ଲେଖାଏଁ ଏବଂ ୱାର୍ଡ ନଂ ୪ ଓ ୯ରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

yuvodaya
Leave A Reply

Your email address will not be published.