jsm

ଆଧୁନିକ ଯୁଗରେ ସାମାଜିକ ବାସନ୍ଦରେ କର୍ପୁର ପୁଟେଲ : କୁଷ୍ଠ ରୋଗ ପାଇଁ ପରିବାର ଲୋକେ ପର କରି ଦେଇଥିବା ଅଭିଯୋଗ, ସରକାରୀ ସହାୟତା ପାଇଁ ଅନୁରୋଧ

csstore

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଧୁନିକ ଯୁଗରେ ମଧ୍ୟ ସାମାଜିକ ବାସନ୍ଦ ଦେଖିବାକୁ ମିଳିଛି । କୁଷ୍ଠ ରୋଗ ପାଇଁ ପରିବାର ଲୋକେ ପର କରି ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଖଳିପଥର ଗାଁର କର୍ପୁର ପୁଟେଲ ଗତ ୨୦ ବର୍ଷ ତଳେ କୁଷ୍ଠ ରୋଗରେ ଆକ୍ରାନ୍ତ ହେତୁ ତାଙ୍କ ପରିବାର ଲୋକେ ସାମାଜିକ ବାସନ୍ଦ ଭୟରେ ପର କରି ଦେଲେ ଫଳରେ ସେ ଘରୁ ଚାଲିଆସି ପାଟଣାଗଡ଼ ଏନ୍ଏସି ରାମପୁର କୁକୁରମୁଣ୍ଡାକୁ ଯିବା ରାସ୍ତାର ଏକ ନିଛାଟିଆ ଜାଗାରେ ଭଙ୍ଗା ଦଦରା ଘରେ ରହୁଛନ୍ତି । କର୍ପୁରଙ୍କ ସ୍ଵାମୀ ଓ ଦୁଇ ଝିଅ ମଧ୍ୟ ଆରପାରିକୁ ଚାଲିଯିବା ପରେ ସେ ପୁରା ଅସହାୟ ହୋଇ ପଡ଼ିଥିବା କହିଛନ୍ତି । ରାମପୁରେ ରହୁଥିବା କର୍ପୁରଙ୍କ ଜଣେ ଦୂର ସମ୍ପର୍କିୟ ଡିଙ୍ଗର ପୁଟେଲ ତାଙ୍କୁ ପ୍ରତିଦିନ ଖାଇବା ପିଇବା ଯୋଗାଇ ଦେଇ ଆସୁଥିବା ଡିଙ୍ଗର ପ୍ରକାଶ କରିଛନ୍ତି । ସରକାରଙ୍କ କୁଷ୍ଠ ରୋଗ ନିରାକରଣ ଯୋଜନା ଓ କୁଷ୍ଠ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଥଇଥାନ ଥିବା ବେଳ ତାହା ବିଫଳ ହୋଇପଡିଛି ବୋଲି ମତ ପ୍ରକାଶ ପାିଛି । ଜିଲ୍ଲା ପ୍ରଶାସନଙ୍କ ଦୃଷ୍‌ଷ୍ଟି କେବେ କର୍ପୁର ପୁଟେଲଙ୍କ ପ୍ରତି ପଡୁଛି ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

yuvodaya
Leave A Reply

Your email address will not be published.