ଆର୍ୟଲ୍ୟାଣ୍ଡ ପାରାବ୍ୟାଡମିଣ୍ଟନ ସେମିରେ ପ୍ରମୋଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆର୍ୟଲ୍ୟାଣ୍ଡର ରାଜଧାନୀ ଡବ୍‌ଲିନଠାରେ ଚାଲିଥିବା ଆର୍ୟଲ୍ୟାଣ୍ଡ ଆନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଏସ୍‌ଏଲ୍‌-୩ ପୁରୁଷ ଏକକ ସେମି ଫାଇନାଲରେ ଓଡିଶାର ପ୍ରମୋଦ ଭଗତ ପହଞ୍ଚିଛନ୍ତି । ପ୍ରଥମ ଗୃପ ମ୍ୟାଚ୍‌ରେ ସେ ୨୧-୮, ୨୧-୯ରେ ବୁଲଗେରିଆର ଡିମିତର ପାଭଲୋଭଙ୍କୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲେ । ଦ୍ୱିତୀୟ ମ୍ୟାଚରେ ଜାପାନ୍‌ର ଦାଇସୁକେ ଫୁଜହରାଙ୍କୁ ୨୧-୧୬, ୧୩-୨୧ରେ ହରାଇ ଗୃପର ଶୀର୍ଷ ସ୍ଥାନ ଦଖଲ କରିଥିଲେ । ଗୃପ ଶୀର୍ଷରେ ରହିଥିବାରୁ ସିଧାସଳଖ ସେ ସେମି ଫାଇନାଲରେ ପହଞ୍ଚିଥିଲେ ।

Leave A Reply

Your email address will not be published.