ଆଜିଠୁ ସିୟୁଇଟି ପ୍ରବେଶିକା ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ ନାମଲେଖା ପାଇଁ ଏକକ ୟୁଜି ପ୍ରବେଶିକା (ସିୟୁଇଟି) ଆଜିଠାରୁ ଆରମ୍ଭ ହେବ । ୧୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଦେଶରେ ୫୦୦, ବିଦେଶର ୧୦ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଜାତୀୟ ପରୀକ୍ଷଣ ସଂସ୍ଥାନ ପରୀକ୍ଷା ପରିଚାଳନା କରୁଛି ଏବଂ ଓଡ଼ିଶାର ୨୮ସହରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏ ବର୍ଷ ଜୁଲାଇ ୧୫ରୁ ପ୍ରଥମ ଓ ଅଗଷ୍ଟ ୪ରୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ହେବö ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଜୁଲାଇ ୧୫, ୧୬, ୧୯ ଓ ୨୦ରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.