କିସ୍ତି ଟଙ୍କା ଶୁଝି ନ ପାରି ଆତ୍ମହତ୍ୟା

ଯାଜପୁର ରୋଡ୍‌ : ଯାଜପୁର ରୋଡ୍‌ ଥାନା ଅଧୀନ ସାପଗାଡ଼ିଆ ଗାଁରେ କିସ୍ତି ଟଙ୍କା ପରିଶୋଧ କରି ନ ପାରିବାରୁ ଦୀନବନ୍ଧୁ ମଣ୍ଡଳ ନାମକ ଜଣେ ବ୍ୟକ୍ତି ଗୁରୁବାର ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଦୀନବନ୍ଧୁ ତାଙ୍କ ସ୍ତ୍ରୀ ସାବିତ୍ରୀ ଏବଂ ୩ ପିଲାଙ୍କୁ ନେଇ ସାପଗଡ଼ିଆରେ ରୁହନ୍ତି । ଗତ କିଛିଦିନ ହେବ ସେ କାମଧନ୍ଦା କରିପାରୁ ନ ଥିଲେ । ଫଳରେ ବିଭିନ୍ନ ଘରୋଇ ବ୍ୟାଙ୍କରୁ ଆଣିଥିବା ଋଣ ଟଙ୍କା ଶୁଝି ପାରୁ ନ ଥିଲେ । ଗୁରୁବାର ଏକ ଘରୋଇ ବ୍ୟାଙ୍କର କିସ୍ତି ଟଙ୍କା ଦେବାକୁ ଥିବା ବେଳେ ଏହାକୁ ନେଇ ସ୍ତ୍ରୀଙ୍କ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା । ପରେ ସାବିତ୍ରୀ ପୁଅକୁ ଆଣିବାକୁ ସ୍କୁଲକୁ ଯାଇଥିବା ବେଳେ ଦୀନବନ୍ଧୁ ନିଜ ଘର କବାଟ ବନ୍ଧରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଖବର ପାଇ ଯାଜପୁର ରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.