ରାଷ୍ଟ୍ରପତି ନିର୍ବାଚନ-୨୦୨୨ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ପ୍ରକୋଷ୍ଠ ପରିଦର୍ଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ଅପରାହ୍ନରେ ବିଧାନସଭା ପରିଦର୍ଶନ କରିଛନ୍ତି । ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ କାର୍ଯ୍ୟର ସମୀକ୍ଷା ସହ ବିଧାନସଭା ଗୃହର ୫୪ ନଂ. ପ୍ରକୋଷ୍ଠରେ ହୋଇଥିବା ଭୋଟିଂ କମ୍ପାଟମେଣ୍ଟ ଓ ଭୋଟରଙ୍କ ପ୍ରତୀକ୍ଷା କକ୍ଷ, ଗଣମାଧ୍ୟମ ପ୍ରତିନିଧିଙ୍କ ଖବର ସଂଗ୍ରହ ସ୍ଥାନ ପରିଦର୍ଶନ କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ପୁଲିଙ୍ଗ ଅଧିକାରୀ, ସୁରକ୍ଷା ଅଧିକାରୀ ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀଙ୍କ ସହ ଆଲୋଚନା କରି ଶାନ୍ତିଶୃଙ୍ଖଳା ସହିତ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବାକୁ ସେ ପରାମର୍ଶ ଦେଇଥିବା ବେଳେ ରାଷ୍ଟ୍ରପତି ନିର୍ବାଚନରେ ଭୋଟରମାନେ ଯେପରି ସୁରୁଖୁରୁରେ ମତଦାନ କରି ପାରିବେ ସେ ନେଇ ସେ ପ୍ରତ୍ୟେକ ପୁଲିଙ୍ଗ ଅଧିକାରୀଙ୍କ କାର୍ଯ୍ୟ ସଂପର୍କରେ ଅବଗତ କରାଇଛନ୍ତି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ରିଟର୍ଣ୍ଣିଂ ଅଧିକାରୀ ଆର.ରଘୁରାମ ଆୟାର ଓ ଗଙ୍ଗାଧର ମଲ୍ଲିକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ସମସ୍ତ ପୁଲିଙ୍ଗ ଅଧିକାରୀ, ବିଧାନସଭା ସୁରକ୍ଷା ଅଧିକାରୀ ଗୋପାଳ କୃଷ୍ଣ ବେହେରା, ଅତିରିକ୍ତ ଏସ୍‌ପି, ସହକାରୀ ମାର୍ଶାଲଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.