ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କରୋନା ସଂକ୍ରମିତ : ଟ୍ୱିଟ୍‌ କରି ଦେଲେ ସୂଚନା

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ୱିଟ୍‌ କରି ଏହି ସୂଚନା ପ୍ରଦାନ କରିଛନ୍ତି । ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ, ତାଙ୍କର କରୋନା ପଜିଟିଭ୍‌ ଆସିଛି । ଲକ୍ଷଣ ଜଣା ପଡ଼ୁନାହିଁ । ନିଜେ ସୁସ୍ଥ ଅନୁଭବ କରୁଥିବା ସେ କହିଛନ୍ତି । ବିଗତ ଦିନରେ ତାଙ୍କ ସହ ମିଶିଥିବା ସମସ୍ତଙ୍କୁ ସେ ସୂଚନା ଦେଇଛନ୍ତି । ତେବେ ସେ ଆହୁରି କହିଛନ୍ତି ଯେ, ଏକାନ୍ତରେ ରହି ସେ ନିଜ କାମ ଜାରି ରଖିବେ ଓ ରିଜର୍ଭ ବ୍ୟାଙ୍କର କାମ ସ୍ୱାଭାବିକ ଭାବରେ ଚାଲିବ ।

Leave A Reply

Your email address will not be published.