କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଏ-୧ରେ ଜଣେ ଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : କନ୍ଧମାଳ ଜିଲ୍ଲା କ.ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଏ-୧ରେ ଜଣେ ଛାତ୍ରୀଙ୍କ ସଫଳତା ଚର୍ଚ୍ଚାକୁ ଆସିଛି । ‌କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସବୁ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖା ଦେଇଛି । ପ୍ରକାଶ ଥାଉ କି, ବ୍ଲକ ସଦର ମହକୁମାରେ ଥିବା କ.ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ସର୍ବମୋଟ ୧୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ କୃତିତ୍ୱର ସହ ପାସ୍ କରିଛନ୍ତି । ଉକ୍ତ ବିଦ୍ୟାଳୟର ଛାତ୍ରୀ ପାର୍ବତୀ ପାଣିଗ୍ରାହୀ(ବିଷ୍ଣୁପ୍ରିୟା) ଏ-୧ରେ ମୋଟ ୫୪୨ ମାର୍କ ରଖି କନ୍ଧମାଳ ଜିଲ୍ଲାରେ ଗୌରବ ଆଣିଛନ୍ତି । ସେହିପରି ଉକ୍ତ ହାଇସ୍କୁଲରେ ଏ-୨ରେ ୧୫ଜଣ ଛାତ୍ରଛାତ୍ରୀ, ବି-୧ରେ ୭୪, ବି-୨ରେ ୧୬, ସି-ରେ ୮ ଜଣ କୃତିତ୍ୱ ଅର୍ଜନ କରିଛନ୍ତି । ଏ୧ ପାଇଥିବା ଛାତ୍ରୀ ବିଷ୍ଣୁପ୍ରିୟା ଏହି ସଫଳତା ପାଇଁ ପିତା ମାତା ଓ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶୁରେଶ ଚନ୍ଦ୍ର ପଲେଇ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ପାତ୍ରଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଓ ଆଶୀର୍ବାଦ ଯୋଗୁଁ ଏହି ସଫଳତା ହାସଲ କରିଥିବା କହି ତାଙ୍କ ପରିବାରର ଲୋକେ ଉକ୍ତ ଗୁରୁଜୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.