jsm

ଅସହାୟ ଗରିବ କିଡିନି ରୋଗୀଙ୍କୁ ମାଗଣା ଚିକିତ୍ସା ସେବା ପ୍ରଦାନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡାକ୍ତର ସୌମ୍ୟ ରଞ୍ଜନ ଦେବତାଙ୍କ ସ୍ମୃତିରେ ବଲାଙ୍ଗିର ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାଲୁପାଲି ଗାଁରେ ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ଦ୍ଵାରା ଅନେକ ଅସହାୟ ଗରିବ କିଡିନି ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ପ୍ରକାଶ ଥାଉକି ଯେ, ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ହେଲା ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର ଖରା ବର୍ଷାକୁ ଖାତିର ନକରି ନିଜ ଛୁଟି ଦିନରେ ଗରିବ ଲୋକଙ୍କୁ ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଯାଇ ସେଠାରେ ସେମାନଙ୍କୁ ଅନବରତ ଚିକିତ୍ସା ସେବା ଯୋଗେଇ ଆସୁଛନ୍ତି । ବିଶେଷ କରି କରୋନା ମହାମାରୀ ସମୟରେ ମଧ୍ୟ ନିଜ ସ୍ୱାସ୍ଥ୍ୟକୁ ଖାତିର ନକରି ସେ ଅନ୍ୟ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଥିବା ନଜିର ରହିଛି । ଗରିବ ଖଟିଖିଆ ଲୋକଙ୍କ ପାଇଁ ନିଜ ହାତରୁ ଔଷଧ ଖର୍ଚ୍ଚ କରି ତଥା ବିଭିନ୍ନ ଔଷଧ କମ୍ପାନୀଠାରୁ ଔଷଧ ସଂଗ୍ରହ କରି ଉପାନ୍ତ ଅଂଚଳଗୁଡିକରେ ସେବା ଯୋଗାଇବା ମାନବ ସମାଜ ପାଇଁ ଏକ ଭିନ୍ନ ତଥା ସକାରାତ୍ମକ ପ୍ରଭାବ ପକାଇ ପାରିଛି ବୋଲି ଆଲୋଚନା ହେଉଛି ।

yuvodaya
Leave A Reply

Your email address will not be published.