ପାପଡ଼ାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକର ଦୁଇଟି ସ୍ଥାନରେ ଶନିବାର ବଜ୍ରପାତ ଘଟି ୩ ଜଣ ଗୁରୁତର ହୋଇଛନ୍ତି । ସେମାନେ ହେଲେ ପାତ୍ରୀ ପଞ୍ଚାୟତ ଜବାଗୁଡ଼ା ଗ୍ରାମର ରବି ଚନ୍ଦ୍ର ଯାନୀ (୯) ଓ ତୁମ୍ବର୍ଲା ପଞ୍ଚାୟତ ଗୋବର୍ଲା ଗ୍ରାମର ବୁଟି ପୂଜାରୀ ଓ ଦୀର୍ଯ୍ୟ ନାୟକ । ସୂଚନାନୁଯାୟୀ, ରବି ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ଗୁରୁତର ହୋଇଥିଲେ । ପରିବାର ଲୋକ ମୁମୂର୍ଷୁ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ସେହିପରି ତୁମ୍ବର୍ଲା ପଞ୍ଚାୟତ ଗୋବର୍ଲାଠାରେ ବୁଟି ଓ ଦୀର୍ଯ୍ୟ ଜମିରେ ଚାଷ କାମ କରୁଥିବା ସମୟରେ ବର୍ଷା ଯୋଗୁଁ ଗୋଟିଏ ଛତା ତଳେ ଠିଆ ହୋଇଥିବା ବେଳେ ବଜ୍ରପାତ ହୋଇ ଉଭୟ ଅଚେତ ହୋଇପଡ଼ିଥିଲେ । ସେମାନଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ୩ ଜଣଙ୍କ ଚିକିତ୍ସା ଜାରି ରହିଛି ।
Next Post