pakka

ଇରାନରେ ଶକ୍ତିଶାଳୀ ଭୂମିକମ୍ପ : ୫ ମୃତ, ୪୪ ଆହତ

ତେହରାନ : ଇରାନରେ ଶନିବାର ଏକ ବଡ ଧରଣର ଭୂକମ୍ପ ଝଟକା ଅନୁଭବ ହୋଇଛି । ଭୂକମ୍ପର ତିବ୍ରତା ଖୁବ ଅଧିକ ଥିବାରୁ କତର,ୟୁଏଇ ଓ ଚୀନ ପର୍ୟ୍ୟନ୍ତ ଏହାର ପ୍ରଭାବ ଅନୁଭବ ହୋଇଛି । ଇରାନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭୂକମ୍ପର ତିବ୍ରତା ୬.୧ ରେକର୍ଡ କରାଯାଇଛି । ଭୂକମ୍ପରେ ପ୍ରାୟ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪ ଜଣ ଆହତ ହୋଇଛନ୍ତି ।
ଭୂକମ୍ପ ବିଳମ୍ବିତ ରାତି ୧ଟା୩୨ରେ ଅନୁଭବ ହୋଇଛି । ରିପୋର୍ଟ ଅନୁଯାୟୀ, ଭୂକମ୍ପର କେନ୍ଦ୍ର ହାର୍ମୋଜଗନ ପ୍ରାନ୍ତର ନିକଟ ଦକ୍ଷିଣ -ପଶ୍ଚିମରୁ ୧୦୦ କିଲୋମିଟର ଦୂର ଓ ଭୂମି ଠାରୁ ୧୦ କିଲୋମିଟର ତଳକୁ ରହିଛି । ଏହି ଭୂକମ୍ପ ଅନୁଭବ ହେବାର କିଛି ସମୟ ପୂର୍ବରୁ ୫.୭ ତିବ୍ରତାର ଆଉ ଏକ ଝଟକା ଅନୁଭବ ହୋଇଥିଲା । ଏହାପରେ ପ୍ରାୟ ୭ଥର ଝଟକା ଅନୁଭବ ହୋଇଛି । ଭୂକମ୍ପର କେନ୍ଦ୍ର ନିକଟସ୍ଥ ସାୟେହ ଖୋଶ ଗାଁରେ ଉଦ୍ଧାର କାର୍ୟ୍ୟ ଜାରି ରଖାଯାଇଛି । ଏହି ଗାଁରେ ପ୍ରାୟ ୩୦୦ ଲୋକେ ବାସ କରନ୍ତି । ଭୂକମ୍ପ କାରଣରୁ ଅନେକ ବଡ କୋଠା, ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । ଲୋକେ ଭୟଭୀତ ହୋଇ ରାସ୍ତା ଉପରକୁ ପଳାଇ ଆସିଛନ୍ତି ।

Leave A Reply

Your email address will not be published.

two × 3 =