pakka

ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ

kalikesh

ନୂଆଦିଲ୍ଲୀ : କ୍ରୀଡ଼ାର ପ୍ରୋତ୍ସାହନ ପାଇଁ କ୍ରୀଡ଼ା ସାମ୍ବାଦିକଙ୍କ ସେବାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜୁଲାଇ ୨ ତାରିଖରେ ପାଳିତ ହେଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ । ବିଶ୍ୱର ସମସ୍ତ କ୍ରୀଡ଼ା ସାମ୍ବାଦିକଙ୍କୁ ଏହି ଦିବସ ଉତ୍ସର୍ଗ କରାଯାଇଛି । କ୍ରୀଡ଼ା ସାମ୍ବାଦିକତା ବିଷୟରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏହି ଦିବସର ଉଦ୍ଦେଶ୍ୟ । କ୍ରୀଡ଼ା ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରି ବିଶ୍ୱସ୍ତରୀୟ ପ୍ରଭାବ ସୃଷ୍ଟି କରିଛି ।

ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରେସ୍‌ ସଂଗଠନ ନିଜର ୭୦ତମ ବାର୍ଷିକୀ ଅବସରରେ ଏହି ଦିବସ ପାଳନ ନିମନ୍ତେ ନିଷ୍ପତ୍ତି ନେବା ପରେ ୧୯୯୪ ମସିହାରେ ପ୍ରଥମ ଥର ପାଳିତ ହୋଇଥିଲା ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ । ଏବେ ଏହା ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ହୋଇଛି । ୧୯୨୪ ମସିହା, ଜୁଲାଇ ୨ ତାରିଖରେ ପ୍ୟାରିସ୍‌ଠାରେ ଅନୁଷ୍ଠିତ ସମର୍‌ ଅଲିମ୍ପିକ୍ସରେ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରେସ୍‌ ସଂଗଠନ ପ୍ରତିଷ୍ଠା ହୋଇଥିଲା । ସମଗ୍ର ବିଶ୍ୱରେ କ୍ରୀଡ଼ା ସାମ୍ବାଦିକତା ସହବନ୍ଧନକୁ ମଜବୁତ କରିବାକୁ ଏହା ପ୍ରାଧାନ୍ୟ ଦେଇଥିଲା ।

ବିଶ୍ୱ ଶାନ୍ତିର ଦୂତ ଭାବେ ବର୍ତ୍ତମାନ କ୍ରୀଡ଼ା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି । ଜଣେ ସାମ୍ବାଦିକ କେବଳ କ୍ରୀଡ଼ା ଜଗତର ମୂଲ୍ୟ ବଢ଼ାଇପାରେ ତାହା ନୁହେଁ, ବିଶ୍ୱ ସଂସ୍କୃତି, ଶାନ୍ତି ଓ ଉତ୍ତମ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେଇପାରେ ।

pp
Leave A Reply

Your email address will not be published.

seventeen + twenty =