ମ.ରାମପୁର ଗାଞ୍ଜିପଦର ବନ ସୁରକ୍ଷା ସମିତିରେ ୭୩ତମ ବନ ମହୋତ୍ସବ ସପ୍ତାହ ପାଳନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି : କଳାହାଣ୍ଡି ଜ଼ିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.. ରାମପୁର ବନାଞ୍ଚଳର ଗାଞ୍ଜିପଦର ବନ ସୁରକ୍ଷା ସମିତିର ଏ.ଏନ.ଆର. ପ୍ଲାଣ୍ଟଟେସନ ଠାରେ ମ.ରାମପୁର ରେଞ୍ଜ ଓ ଭି.ଏସ.ଏସର ମିଳିତ ଆନୁକୂଲ୍ୟରେ ୭୩ତମ ବନ ମହୋତ୍ସବ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମ.ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ, ବନପାଳ ରମେଶ ଚନ୍ଦ୍ର ବାଗ, ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ, ବନ ସୁରକ୍ଷା ସମିତିର ସଭାପତି ଦୁର୍ଯ୍ୟୋଧନ କରମଦେବ ସମେତ ବନରକ୍ଷୀ ବାଳକୃଷ୍ଣ ଜାଲ, ଦାମୋଦର ସାହୁ, ବିକାଶ ଅଧିକାରୀ ଅଭୟ ବାଘ, କୁନୁ ଛତ୍ରିଆ, ହେମନ୍ତ ସାହୁ, ଏନିମେଟର ବିପ୍ର ମାଝୀ, ବନ କର୍ମଚାରୀ ଓବନ ସୁରକ୍ଷା ସମିତି ସଦସ୍ୟ/ସଦସ୍ୟା ଉପସ୍ଥିତ ରହି ବୃକ୍ଷ୍ୟ ରୋପଣ କରିଥିଲେ ।ଏହି ଅବସରରେ ବୃକ୍ଷ ରୋପଣର ମହତ୍ୱ, ଉପକାରିତା, ଗଛର ପାଳନ, ସୁରକ୍ଷା ଜଳ ବାୟୁ ପରିବର୍ତ୍ତନ ଉପରେ ସଚେତନ କରିବା ସହ ବନ୍ୟଜନ୍ତୁର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା ।

jittmm
Leave A Reply

Your email address will not be published.