ବୈଦ୍ୟୁତିକ ଗଣମାଧ୍ୟମରେ ପବିତ୍ର ରଥଯାତ୍ରାର ସିଧାପ୍ରସାରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ପବିତ୍ର ରଥଯାତ୍ରାର ସିଧାପ୍ରସାରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୂରଦର୍ଶନ ସହାୟତାରେ ବ୍ୟବସ୍ଥା କରାଯାଇଛି । ଏଥିସହିତ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ଡିଡି ଓଡିଆର ୟୁଟ୍ୟୁବ୍ ଚାନେଲ ଏବଂ ଏସ୍‌ଜେଟିଏ ପୁରୀର ପୋର୍ଟାଲ ମାଧ୍ୟମରେ ମଧ୍ୟ ସିଧାପ୍ରସାରଣ ଦେଖିପାରିବେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.