csstore

ବଲାଙ୍ଗିର ସିଭିଲ କୋର୍ଟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଆଜି ଅବସର ଗ୍ରହଣ କରୁଥିବା ଜିଲ୍ଲା ଜଜ୍‌ଙ୍କ ପେସ୍କାର ସୁଧୀରଞ୍ଜନ ହୋତା ଏବଂ ଅତିରିକ୍ତ ଜିଲ୍ଲା ଜଜ୍ (ପୋସ୍କୋ)ଙ୍କ ପେସ୍କାର ଦୂତିଆ ଦେହୁରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଵିଚାର ବିଭାଗୀୟ କର୍ମଚାରୀ ସଂଘ ତରଫରୁ ଆୟୋଜନ କରାଯାଇଥିବା ସମ୍ବର୍ଦ୍ଧନା ସଭାରେ ସଂଘର ସଭାପତି ପ୍ରକାଶ ନେପାକ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଦୌରା ଜଜ୍‌ ଲୋକନାଥ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କୁ ମାନପତ୍ର ତଥା ଉପଢୌକନ ଦେଇ ସମ୍ମାନିତ କରିଥିଲେ । କୋର୍ଟ ସିରସ୍ତାଦର ରାଜେନ୍ଦ୍ର ଦାସ ସଭା ପରିଚାଳନା କରିଥିଲେ । ଅତିରିକ୍ତ ଜିଲ୍ଲା ଜଜ୍‌ (ପୋକସୋ) ପ୍ରଶାନ୍ତ ନାୟକ, ସଂଘ ସଭାପତି ପ୍ରକାଶ ନେପାକ, ବରିଷ୍ଠ କର୍ମଚାରୀ ଶ୍ରୀମତୀ ଜ୍ୟୋତି ବେଜ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ଦୌରା ଜଜ୍‌ ଲୋକନାଥ ମହାପାତ୍ର ସମସ୍ତ କର୍ମଚାରୀ ଶାଳୀନତା ସହ ସେବା ମନୋବୃତ୍ତିରେ ନିଜ ନିଜର କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ସଂଘର ଯୁଗ୍ମ ସମ୍ପାଦକ ଶ୍ରଦ୍ଧାଞ୍ଜଳି ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.