jsm

ସମାଜ ପରିବାର ତରଫରୁ ଶ୍ରାଦ୍ଧ ଦିବସରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଓ ରକ୍ତଦାନ ଶିବିରର ଆୟୋଜନ

csstore
  • ରକ୍ତଦାନ ଶିବିରକୁ ଉଦ୍‌ଘାଟନ କଲେ ଜ଼ିଲ୍ଲାପାଳ
  • ରକ୍ତଦାନ କଲେ ଏସପି

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସମାଜର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୪୯ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ସକାଳ ୭ ଘଣ୍ଟା ସମୟରେ ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ସମାଜ ପରିବାର ସହ ସହରର ବିଭିନ୍ନ ସ୍ୱେଚ୍ଛାସେବୀ ସାଂସ୍କୃତିକ ଅନୁଷ୍ଠାନ, ମହାନଦୀ ସାହିତ୍ୟ ସଂସଦ, ସ୍ୱଚ୍ଛ ଭାରତ ସଂଗଠନ, ପଏଁରୀ, କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ, ବଣିକ ସଂଘ, ସୋନପୁର କଲେଜ ଏନସିସି, ଜିଲ୍ଲା ରେଡ଼କ୍ରସ ସଂସ୍ଥା, ପ୍ରମୁଖ ଅନୁଷ୍ଠାନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପରେ ସକାଳ ୦୯ ଘଣ୍ଟା ସମୟରେ ସମାଜ ପରିବାର ପକ୍ଷରୁ ଜିଲ୍ଲା ରକ୍ତ ଭଣ୍ଡାରଠାରେ ଆୟୋଜିତ ଏକ ରକ୍ତଦାନ ଶିବିରକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗ ଦେଇ ଅନୁଷ୍ଠିତ ଶିବିରରେ ସେ ନିଜେ ପ୍ରଥମେ ରକ୍ତଦାନ କରି ରକ୍ତ ଦାତା, ଆୟୋଜକ ଓ ସମାଜସେବୀଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସୂର୍ଯ୍ୟ ନାରାୟଣ ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ବିଶ୍ୱ ରଞ୍ଜନ ପତି, ଏଡିଏମଓ ଡ଼. ପ୍ରଦୀପ କୁମାର ଗୁରୁ, ରକ୍ତ ଭଣ୍ଡାର ଅଧିକାରୀ ଦୁର୍ଗା ପ୍ରସାଦ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ପ୍ରତିନିଧି ସ୍ୱାଧୀନ କୁମାର ମେହେର ସଂଯୋଜନା କରିଥିବା ବେଳେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ରାଜ୍ୟ ରକ୍ତ ଦାତା ସଂଘ ଉଦ୍ୟୋକ୍ତା ମନୋଜ ପଣ୍ଡା, ବ୍ଲଡ଼ ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ଗତି କୃଷ୍ଣ ମିଶ୍ର, ରାଜ୍ୟ ଅଣ ଗେଜେଟେଡ଼ କର୍ମଚାରୀ ସଂଘର ସଭାପତି ଜ୍ୟୋତି ରଞ୍ଜନ ପଟ୍ଟନାୟକ, ୟୁଥ ରେଡ଼କ୍ରସର ସଂଯୋଜକ ଉମାକାନ୍ତ ନାଗ, ସମାଜସେବୀ ଇନ୍ଦୁମତୀ ପୁରୋହିତ, ମନୋରଞ୍ଜନ ତ୍ରିପାଠୀ, ଲଡ଼ୁ କିଶୋର ମଲ୍ଲିକ, ସତ୍ୟ ଦରୁୱାନ, ଗୁଣନିଧି ମେହେର, ଶିକ୍ଷାବିତ ଅମ୍ବୁଜ ବିହାରୀ ଶତପଥି, ସାମ୍ବାଦିକ ରଞ୍ଜନ ବାରିକ, ସନ୍ତୋଷ ମିଶ୍ର, ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଓ ଅଗ୍ରଣୀ ଅନୁଷ୍ଠାନ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.