ସଇଁତଲା ସମବାୟ ସମିତିର ସଭାପତି ଭାବେ ପ୍ରଭାତ ସିଂ ଭୋଇ ନିର୍ବାଚିତ : ଚାଷୀ ମହଲରେ ବେଶ ଉତ୍ସାହ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସଇଁତଲା ପ୍ରାଥମିକ କୃଷି ସମବାୟ ସମିତି ସଭାପତି ପଦ ପାଇଁ ଆଜି ପ୍ରଭାତ ସିଂ ଭୋଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ହେଲେ ଆଉ କୋଣସି ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ ନିର୍ବାଚନ ଅଧିକାରୀ ସଭାପତି ଭାବେ ପ୍ରଭାତ ସିଂ ଭୋଇଙ୍କୁ ନିଦ୍ୱର୍ନ୍ଦରେ ନିର୍ବାଚିତ ଘୋଷଣା କରିଛନ୍ତି । ସେ ପୂର୍ବରୁ ଥରେ ଜିଲ୍ଲା ଡାଇରେକ୍ଟର ଓ ୨ ଥର ସମବାୟ ସମିତିର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏଥିରେ ଶ୍ରୀ ସିଂ ଭୋଇ ସଭାପତି ହେବା ପରେ ଚାଷୀଙ୍କ ଧାନ ବିକ୍ରି, ଟୋକନ ପ୍ରକ୍ରିୟା ଏବଂ ଚାଷୀଙ୍କ ବିଭିନ୍ନ ସମସ୍ୟାରେ ସ୍ୱଚ୍ଛତା ଆଣିବା ପାଇଁ ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ବିଜୟୀ ହେବା ପରେ ସଭାପତି ଶ୍ରୀ ସିଂ ଭୋଇଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି । ଏହି ସମବାୟ ସମିତିରେ ୧୫ଟି ୱାର୍ଡ ମଧ୍ୟରୁ ୧୨ଟି ୱାଡରେ ନିଦ୍ୱର୍ନ୍ଦରେ ଡାଇରେକ୍ଟର ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନ ପାଇଁ ସଇଁତଲା କୃଷି ଓଭରସିୟର ରାମଜୀ ଗୋପାଳ ନିର୍ବାଚନୀ ଅଧିକାରୀ ଭାବରେ ଦାୟିତ୍ୱ ତୁଲାଇଥିବା ବେଳେ ସମବାୟ ସମିତିର ସମ୍ପାଦକ ରହିତ ସାହୁ ସହଯୋଗ କରିଥିଲେ । ଏହି ସମବାୟ ସମିତିରେ ସାମ୍ବାଦିକ ପ୍ରମୋଦ କୁମାର ସେଲମା, ଯୁବ ସରପଞ୍ଚ ସୁବ୍ରତ ନାଗ, ଅଶୋକ ସାହୁ, ଗିରିଧାରୀ ଚନ୍ଦନ, ବୃହସ୍ପତି ରଣା, ଅରୁଣ ସିଂ ଭୋଇ, ଅହଲ୍ୟା ଭୋଇ, ଜୟରଥ ମୁନା, ଜ୍ଞାନରଞ୍ଜନ ମହାକୁର, ଯୋଗୀନ୍ଦ୍ର ସାହୁ ଓ ଗଙ୍ଗା ଭୋଇ ପ୍ରମୁଖ ଡାଇରେକ୍ଟର ଭାବରେ ନିର୍ଦୋନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିପରି ଭଦ୍ରା ସମବାୟ ସମିତିରେ ପୁରୁନ୍ଦର ଥପା, ଘୁନସରରେ ଭୈରବ ସାହୁ, ଶିଶକେଲାରେ ଜୟ ସିଂ ରଣା ଓ ବେଲଗାଁରେ କୃଷ୍ଣ ଚନ୍ଦ୍ର ଭୋଇ ପ୍ରମୁଖ ନିଦ୍ୱର୍ନ୍ଦରେ ମନୋନୀତ ହୋଇଛନ୍ତି । ପୂର୍ବରୁ ଧରପଗଡ଼ ସମବାୟରେ ଡ଼ିକି କୂଅର ଓ ଗଣ୍ଡପତ୍ରାପାଲିରେ ରାଜକିଶୋର ଡାଙ୍ଗ ମଧ୍ୟ ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.