ଜାଣ୍ଡୋଲଠାରେ ବୁଣାକାର ସଚେତନତା ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଭେଡେନ ବ୍ଲକ ଅନ୍ତର୍ଗତ ଜାଣ୍ଡୋଲ ଗ୍ରାମଠାରେ ବୁଣାକାର ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ବୟନ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ରୀତା ସାହୁ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଭେଡେନ ତହସିଲଦାର ଅନିଲ ହୋତା, ବରଗଡ଼ ଜିଲ୍ଲା ବୟନଶିଳ୍ପ ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଶିଶିର ନାଗ ପୈାରହିତ୍ୟ କରିଥିଲେ । ଦିନ ତମାମ ଚାଲିଥିବା ଏହି ଶିବିରରେ ବରପାଲି, ଭେଡେନ ବ୍ଲକର ଶତାଧିକ ବୁଣାକାର ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.