ନିଶାଦ୍ରବ୍ୟ ଜବତ : ୬ ବେପାରୀ ଗିରଫ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୁଇଟି ପୃଥକ୍‌ ଘଟଣାରେ ରବିବାର ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି ୬ ଜଣ ନିଶା ବେପାରୀ । ବିପୁଳ ମାତ୍ରାରେ ଗଞ୍ଜେଇ, ବ୍ରାଉନସୁଗର ସହ ବେପାରୀଙ୍କୁ ସହିଦ ନଗର ପୁଲିସ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ, ଶାନ୍ତିପଲ୍ଲୀ ବସ୍ତିରୁ ୪୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ବେଳେ ୨ ଜଣ ଗିରଫ ହୋଇଛନ୍ତି । ସେହିପରି ବାଣୀବିହାରରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୪ ଜଣ ବେପାରୀଙ୍କୁ ଗିରଫ କରିଛି ପୁଲିସ । କନ୍ଧମାଳରୁ କାର୍‌ରେ ନିଶାଦ୍ରବ୍ୟ ଚାଲାଣ ହେଉଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.