jsm

ଅଗ୍ନିପଥ ସ୍କିମ ବାତିଲ ଦାବୀରେ ଏଆଇଡିିୱାଇଓ, ଏଆଇଡିଏସ୍‌ଓ ପକ୍ଷରୁ ବିକ୍ଷୋଭ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛାତ୍ର ଯୁବ ସ୍ୱାର୍ଥ ବିରୋଧି ଅଗ୍ନିପଥ ଯୋଜନାକୁ ବାତିଲ କରି ଯୁବକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦାବୀରେ ବିପ୍ଲବି ଯୁବ ଛାତ୍ର ସଂଗଠନ ଏଆଇଡିଏସ୍‌ଓ – ଏଆଇଡିୱାଇଓ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏକ ର‍୍ୟାଲି କଳାମଣ୍ଡଳ ପଡିଆରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେନାର ସବୁ ବିଭାଗରେ ସ୍ଥାୟୀ ନିଯୁକ୍ତିକୁ ଉଚ୍ଛେଦ କରି ଠିକା ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାରଙ୍କର ଏହି ଷଡଯନ୍ତ୍ର । ତେଣୁ ୪ ବର୍ଷ ପରେ ଯୁବକମାନେ ବେକାର ହୋଇ ଅସହାୟ ହୋଇ ପଡିବେ । ମୁଦ୍ରିକରଣ ନାଁରେ ରାଷ୍ଟ୍ରାଦ୍ୟୋଗକୁ ଘରୋଇ ପଞ୍ଜିପତିମାନଙ୍କୁ ଟେକି ଦେବା ଫଳରେ ବ୍ୟାପକ ମାତ୍ରାରେ କର୍ମ ନିଯୁକ୍ତି ହ୍ରାସ ପାଉଛି । ଏଭଳି ସ୍ଥଳେ ଛାତ୍ର ଯୁବକଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବୋଲି ବକ୍ତାମାନେ ତାଙ୍କ ବକ୍ତବ୍ୟରେ କହିଥିଲେ । ଯୁବକମାନେ ବିଭ୍ରାନ୍ତ ନ ହୋଇ ପ୍ରତିବାଦ ପାଇଁ ଆଗେଇ ଆସିବାକୁ ସଂଗଠନ ପକ୍ଷରୁ ଆହ୍ୱାନ କରାଯାଇଛି । ଆଜିର ଏହି ବିକ୍ଷୋଭରେ ଏଆଇଡିଏସ୍‌ଓ ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା, ସଂପାଦକ ମଧୁସୁଦନ ବାଗ, ରାଜ୍ୟ ସଂପାଦକ ମଣ୍ଡଳି ସଭ୍ୟ ସୁନିଲ ଭୋଇ, ଏଆଇଡିୱାଇଓ ଜିଲ୍ଲା ସଂପାଦକ ତାମସ ବେହେରା, ଗୌରୀ ରାଉତ, ଅହଲ୍ୟା ସାହୁ, ସିଦ୍ଧାନ୍ତ ମହାକୁର, ଜୁବୁଲି ଭୁଏ, ସିଦ୍ଧାନ୍ତ ସେଠ ସହ ବହୁ ଛାତ୍ର ଯୁବକ ସାମିଲ ଥିଲେ ।

yuvodaya
Leave A Reply

Your email address will not be published.