oom

ନିଷ୍ଠା ପରିବାର ଓ କେୟାର ହସ୍ପିଟାଲ ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

jsmm

ବରଗଡ, (ନିରୋଜ କୁମାର ପାଣୀ) : ଜନ ସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ନିଷ୍ଠା ପରିବାରର ପ୍ରାଥମିକତା । ଆଜି ଅଗ୍ରଗାମୀ ଯୁବକ ସଂଘ, ବରଗଡଠାରେ ନିଷ୍ଠା ପରିବାର ଓ କେୟାର ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବରେ ବରଗଡ଼ ପୌରପରିଷଦର ଅଧ୍ୟକ୍ଷ ଶ୍ରୀମତୀ କଳ୍ପନା ମାଝୀ, ବ୍ଲକ ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ପଣ୍ଡା, କେୟାର ହସ୍ପିଟାଲର ଜି.ଏମ୍‌ ଲୋକନାଥ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରରେ କେୟାର ହସ୍ପିଟାଲ, ଭୁବନେଶ୍ୱରର ଲେପ୍ରୋସ୍କୋପି ଡାକ୍ତର ତାପସ ମିଶ୍ର, ସ୍ନାୟୁ ରୋଗ ବିଭାଗର ଡାକ୍ତର ଦୀପକ ପରିଡ଼ା, କିଡନୀ ରୋଗ ବିଭାଗର ଡାକ୍ତର ଅଶୋକ ପଣ୍ଡା, ଅସ୍ଥିଶଲ୍ୟ ବିଭାଗର ଡାକ୍ତର ମନିଷ ଶର୍ମା, ମୂତ୍ର ରୋଗ ବିଭାଗର ଡାକ୍ତର ପବିତ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ସର୍ବମୋଟ୍ ୨୦୨ ଜଣ ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ହୋଇଥିବା ବେଳେ ୧୨ଜଣ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କ ଅସ୍ତ୍ରୋପଚାର ପାଇଁ ଚିହ୍ନଟ ହୋଇଛି । ଆଗାମୀ ଦିନରେ ତାଙ୍କର କେୟାର ହସ୍ପିଟାଲ, ଭୁବନେଶ୍ୱରଠାରେ ମାଗଣାରେ ଅସ୍ତ୍ରୋପଚାର କରାଯିବ । ଏହି ଶିବିରରେ ପବନ ଅଗ୍ରୱାଲ, ଗଣପତି ମେଡିକାଲ, ବରଗଡ଼ ସହଯୋଗ କରିଥିବା ବେଳେ ନିଷ୍ଠାର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଓ ମହିଳା ଶାଖାର ସଂଯୋଜିକା ତ୍ରିପୁରା ସୁହୁଲା ଓ ନିଷ୍ଠା ପରିବାରର ସମସ୍ତ ସକ୍ରିୟ ସଦସ୍ୟ ସଦସ୍ୟା ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.