csstore

ଖଲିଆପାଲିରେ ରାଣୀ ଦୂର୍ଗାବତୀଙ୍କ ୪୫୯ତମ ବଳିଦାନ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ୧୧ଟା ସମୟରେ ଦେଓଗାଁ ବ୍ଲକ୍ ସିଂହା ମୁଣ୍ଡା ପଞ୍ଚାୟତ ଖଲିଆପାଲିରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ଦେଓଗାଁ ବ୍ଲକ୍ ଆୟୋଜନ ସମିତି ପକ୍ଷରୁ ୪୫୯ତମ ବିରଙ୍ଗଣା ରାଣୀ ଦୂର୍ଗାବତୀଙ୍କ ବଳିଦାନ ଦିବସ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ, ଉପସଭାପତି କାମରାଜ ମଲ୍ଲିକ, ମହା ସଚିବ ରାମଚନ୍ଦ୍ର ଧରୁଆ, ସଚିବ ଦାଶରଥି ଭୋଇ, ସଭ୍ୟ ଦଶରଥ ଛତ୍ରିଆ, ଭୁବନେଶ୍ୱର ଧରୁଆ, ଚନ୍ଦ୍ରଶେଖର କୁଅଁର, କରୁଣାକର ଧରୁଆ, ହେମାସାଗର ଭୋଇ, ଧନଞ୍ଜୟ ଭୋଇ, ସୋନୁ ଭୋଇ, ସହଦେବ ଧରୁଆ, ଈଶ୍ୱର ଭୋଇ, ଟିକେଲାଲ ଧରୁଆ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାର ସଭାପତି ସୁରଥ ଧରୁଆ ସଭାପତିତ୍ୱ କରିଥିଲେ । ସମ୍ପାଦକ ପୁରନ୍ଦର ଭୋଇ ସଂଯୋଜନା କରିଥିବା ବେଳେ ସୁଦାମ ବିଶି ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନାରେ ସୁବଳ ଧରୁଆ, ଶତ୍ରୁଘ୍ନ ମଲ୍ଲିକ, ଅହଲ୍ୟା ମଲ୍ଲିକ, ଫୁଲଣା ମରେହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.