jsm

ଦରମା ଓ ମଜୁରୀ ମିଳି ନଥିବାରୁ ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ଶ୍ରମିକ ଅଶାନ୍ତି

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ସିଜିନାଲ କର୍ମଚାରୀ ଚପରାସୀ, ମୁନସୀ, ଚେକର, ସର୍କଲ ଚେକର, ବନ୍ଧେଇ ଚେକର, ହେଡ ଚେକର ଆଦିଙ୍କ ଦରମା ଚଳିତ ବର୍ଷ ଠିକ୍‌ ସମୟରେ ମିଳୁ ନଥିବାରୁ ପଦ୍ମପୁର ଡିଭିଜନରେ କାର୍ଯ୍ୟରତ ୧୧୩୦ ଜଣ ସିଜିନାଲ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଏଥି ସହ ଏହି ଡିଭିଜନରେ କାର୍ଯ୍ୟରତ ଗୁଛା କଟାଲି ଶ୍ରମିକମାନେ ଗତ ମାର୍ଚ୍ଚ ମାସରେ ଗୁଛା କଟା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ୩ ମାସ ବିତି ଯାଇଥିବା ସତ୍ୱେ ଅନେକ କେନ୍ଦୁପତ୍ର ଫଡି ଅଞ୍ଚଳରେ ଗୁଛା କଟାଇ ଶ୍ରମିକମାନେ ତାଙ୍କ ମଜୁରୀ ଟଙ୍କା ପାଇ ନଥିବା ଅଭିଯୋଗ ହୋଇଛି । ପଦ୍ମପୁର ଡିଭିଜନ ଅନ୍ତର୍ଗତ ମେଲଛାମୁଣ୍ତା ରେଞ୍ଜର ଢୋଲବନ୍ଧ କେନ୍ଦୁପତ୍ର ଫଡିରେ ଗୁଛାକଟାଲି ଶ୍ରମିକ ବିଭୂତି ଭୋଇଙ୍କ ମଜୁରୀ ବାବଦକୁ ୨୩ ଶହ ଟଙ୍କା, ଶ୍ରୀମତୀ ମୁକ୍ତା ସେଠଙ୍କ ୨୧ ଶହ ୩୦ ଟଙ୍କା, ଶ୍ରୀମତୀ କ୍ଷୀରେଶ୍ୱରୀ ବାଗ ୯ ଶହ ଟଙ୍କା ବାକି ଥିବା ବେଳେ ଏହି ମେଲଛାମୁଣ୍ତା ରେଞ୍ଜର ଆଉ ପ୍ରାୟ ୧ ଶହରୁ ଅଧିକ କେନ୍ଦୁପତ୍ର ଶ୍ରମିକ ମାନେ ତାଙ୍କ ମଜୁରୀ ପ୍ରାପ୍ୟ ପାଇ ନଥିବା ଅଭିଯୋଗ ହେଉଛି । କେନ୍ଦୁପତ୍ର ବିଭାଗ ତରଫରୁ ସିଜିନାଲ କର୍ମଚାରୀଙ୍କ ଦରମା, ଗୁଛା କଟାଳିଙ୍କ ଶ୍ରମିକଙ୍କ ପ୍ରାପ୍ୟ କେବେ ଠାରୁ ଡିଏଫଓଙ୍କ ଅଫିସରେ ଜମା ହୋଇ ସାରିଥିବା ବେଳେ କେତେକ ସ୍ଥାନରେ ରେଞ୍ଜର ଓ ଫରେଷ୍ଟରଙ୍କ ଅବହେଲା ଯୋଗୁଁ ଶ୍ରମିକ ମାନେ ତାଙ୍କ ପ୍ରାପ୍ୟ ପାଇବାକୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି ବୋଲି ଅଭିଯୋଗ ହେଉଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ବର୍ଷକୁ ୩୩ ହଜାର କୁଇଣ୍ଟାଲ ଅଧିକ କେନ୍ଦୁପତ୍ର ଉତ୍ପାଦିତ ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଅଧିକ ଲାଭଖୋର ମନୋବୃତ୍ତି ଯୋଗୁଁ କେନ୍ଦୁପତ୍ର ଉତ୍ପାଦନ କମି କମି ଗତ ବର୍ଷ ୧୨ ହଜାର କୁଇଣ୍ଟାଲରେ ଆସି ପହଞ୍ଚିଛି ।

yuvodaya
Leave A Reply

Your email address will not be published.