jsm

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଝାରବନ୍ଧ ବ୍ଲକ ଜଗଦଳପୁର ସରକାରୀ ଡାକ୍ତରଖାନା ପଡିଆରେ ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ଜଗଦଳପୁର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଜଗଦଳପୁର, ଭାଜପା ଜଗଦଳପୁର ମଣ୍ଡଳ ସହିତ ଅଞ୍ଚଳର ବହୁ ନାଗରିକଙ୍କ ସହିତ ମିଳିତ ଭାବେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ଯୋଗଗୁରୁ ନିମାଇଁ ଚରଣ ବାରିକ ଉପସ୍ଥିତ ରହି ସମସ୍ତଙ୍କୁ ଯୋଗାଭ୍ୟାସ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାଟାଲିୟନର ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ଏବଂ ସମସ୍ତ ସିଆର୍‌ପିଏଫ୍‌ ଜବାନ, ଡାକ୍ତରଖାନାର ଡ଼କ୍ଟର ଶ୍ରୀମତୀ ଗାୟତ୍ରୀ ନନ୍ଦ ଏବଂ ସମସ୍ତ ଷ୍ଟାଫ, ଜଗଦଲପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଗୋବର୍ଦ୍ଧନ ନାୟକ, ସରେଇକେଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଉପେନ୍ଦ୍ର ପଟେଲ, ଭାଜପା ଜଗଦଲପୁର ମଣ୍ଡଳରୁ ହରେକୃଷ୍ଣ ପଟେଲ, ମଦନ ମୋହନ ପଟେଲ, ଦିନେଶ ପଟେଲ ତଥା ହେମସାଗର ପଟେଲ, ମକରଧ୍ୱଜ ସରାଫ ଆଦି ପ୍ରମୁଖ ଯୋଗଦାନ କରିଥିଲେ ।

yuvodaya
Leave A Reply

Your email address will not be published.