ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଲୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର ଶାଖା କଳାହାଣ୍ଡି ଦ୍ୱାରା ୮ମ ଅନ୍ତର୍ଜାତୀୟ ଯୋଗ ଦିବସ ଭବାନୀପାଟଣା ସହରର ରିଜର୍ବ ପଡିଆଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ସହର ଅନେକ ସଂଗଠନର କର୍ମକର୍ତା, ବିଭିନ୍ନ କ୍ଲବର ସ୍ବେଛାସେବୀ, ଏନ୍‌ସିସି, ଏନ୍‌ଏସ୍‌ଏସ୍‌, ଚଉଷଠି ବାଟାଲିୟନ, ରିଜର୍ଭ ପୋଲିସ, ଯବାନ ଫିଜିକାଲ ଏକାଡେମୀର ଶିବିରାର୍ଥୀ, ନେହେରୁ ଯୁବକେନ୍ଦ୍ର ସଂଗଠନର ସ୍ୱେଛାସେବୀ, ପ୍ରଗତି କଲେଜ ଛାତ୍ରଛାତ୍ରୀ, ପତଞ୍ଜଳି ଯୋଗ ସମିତିର କର୍ମକର୍ତା ଯୋଗ ଦେଇଥିଲେ । ଆଜିର ଏହି ଯୋଗ ଦିବସ କାର୍ୟ୍ୟକ୍ରମ ରେ ପାଖାପାଖି ୩୫ଙ ରୁ ଉର୍ଦ୍ଧ ପ୍ରଶିକ୍ଷାର୍ଥୀ ଯୋଗ ଦେଇ ଯୋଗ ଦିବସ ପାଳନ କରିଥିଲେ । ପତଞ୍ଜଳିର ଯୋଗ ଗୁରୁ ଅଶୋକ ମୁଣ୍ଡ ସମସ୍ତଙ୍କୁ ଯୋଗ ଶିକ୍ଷାଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ମ୍ୟୁନିସିପାଲିଟିର ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା ଯୋଗଦାନ କରିଥିବା ବେଳେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଭିଳାଷ ଜି, କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ସଞ୍ଜୟ କୁମାର ଶତପଥି, ଉପ-ନିର୍ଦେଶକ ଯୋଜନା ଏବଂ ସମନ୍ୱୟ ଶ୍ରୀକାନ୍ତ ଦେଲେଇ, ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, କ୍ରୀଡା ଅଧିକାରୀ ସୁବାଶିଷ ନାୟକ, ଆଇପି ମହେନ୍ଦ୍ର ପଣ୍ଡା, ନେହେରୁ ଯୁବକେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର, ଲେଖାପାଳ ଦୂତିଆ ବନଛୋର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଯୋଗ ଦିବସର ଉପକାରିତା ବିଷୟରେ ଆଲୋକପାତ କରିଥିଲେ । ପ୍ରଥମେ ମୁଖ୍ୟ ଅତିଥି ଶ୍ରୀମତୀ ବେହେରା ଦୀପ ପ୍ରଜ୍ୱଳନ କରି ଯୋଗ ଦିବସକୁ ଶୁଭାରମ୍ଭ କରିଥିଲେ । ଏହାପରେ ପତଞ୍ଜଳିର ଯୋଗ ଗୁରୁ ଶ୍ରୀ ମୁଣ୍ଡ ସମସ୍ତଙ୍କୁ ସ୍ୱାଗତ କରିବା ସହ ଯୋଗ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ୩୫ଙରୁ ଅଧିକ ପ୍ରଶିକ୍ଷାର୍ଥୀ ଯୋଗଦେଇ ଦୁଇଦିନ ଧରି ଯୋଗ ଶିକ୍ଷା କରିଥିଲେ । ପ୍ରଥମ ଦିବସରେ ଭବାନୀପାଟଣା ସହରର ଲାଲ ବହାଦୁର ଶାସ୍ତ୍ରୀ ଷ୍ଟେଡିୟମରେ ପାଖାପାଖି ୨ଙଙ ଲୋକଙ୍କୁ ନେଇ ଯୋଗାଭ୍ୟାସ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମଧ୍ୟ ଶତାଧିକ ପ୍ରଶିକ୍ଷାର୍ଥୀ ଯୋଗଦେଇ ଯୋଗ ଦିବସ ପାଳନ କରିବା ସହ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ପ୍ରତିଦିନ ଗୋଟିଏ ଘଣ୍ଟା ଯୋଗ କରିବା ପାଇଁ ସମସ୍ତ ପରୀକ୍ଷାର୍ଥୀ ଶପଥ ପାଠ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଭବାନୀପାଟଣା ମ୍ୟୁନିସିପାଲିଟି, ଜିଲ୍ଲା କ୍ରୀଡା ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ପତଞ୍ଜଳି ଯୋଗ ସମିତି, କଳାହାଣ୍ଡି ଜିଲ୍ଲା ପୋଲିସ, ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିଥିବା ବେଳେ ନେହେରୁ ଯୁବକେନ୍ଦ୍ର ସଂଗଠନର ସ୍ୱେଚ୍ଛାସେବୀ ଅଭିଷେକ ବେହେରା, ଯଶୋବନ୍ତ ରଣା ସହଯୋଗ କରିଥିଲେ । ଏଥିରେ ନେହେରୁ ଯୁବକେନ୍ଦ୍ର ସଂଗଠନର ପୂର୍ବତନ ସ୍ୱେଚ୍ଛାସେବୀ ରାଜେଶ ମହାରଣା, କୋପ୍ନେଶ୍ଵର ବେମାଲ, ହେମସାଗର ସାହୁ, ପ୍ରବୀଣ କୁମାର ସାହୁ, ଜଗଦାନନ୍ଦ ପ୍ରଧାନ, ଏମଟି ଚୁଲାମାନୀ ମାଝୀ, ଦୁଲ୍ଲଭ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

5 × one =