jsm

ପଦ୍ମପୁରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୁନ ୨୧ ତାରିଖ ମଙ୍ଗଳବାର ଦିନ ପଦ୍ମପୁର ସ୍ଥିତ ରାଜାଜୀ ଟାଉନ ହଲଠାରେ ଯୋଗ ମହୋତ୍ସବ ସମିତି, ପଦ୍ମପୁର ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ନୂଆପାଲି ସ୍ଥିତ ନବପ୍ରଭାତ ଗୁରୁକୁଳ ଆଶ୍ରମରୁ ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଯୋଗର ମହତ୍ତ୍ୱ ବିଷୟରେ ଏବଂ ବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ପୂର୍ବ କ୍ଷେତ୍ରର ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟାପକ ବାଞ୍ଛାନିଧି ପଣ୍ଡା ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ଭାରତୀୟ ସଂସ୍କୃତିରେ ଯୋଗର ବିଶେଷତ୍ୱ ବିଷୟରେ ମାର୍ଗ ଦର୍ଶନ କରିଥିଲେ । ପଦ୍ମପୁର ନଗରର ବହୁ ସଂଖ୍ୟକ ଜନସାଧାରଣ ଏହି ଉତ୍ସବରେ ଅଂଶ ଗ୍ରହଣ କରି ଏହାକୁ ସଫଳ କରିଥିଲେ । ଯୋଗ ମହୋତ୍ସବ ସମିତି, ଓଡ଼ିଶାର ବରଗଡ଼ ଜିଲ୍ଲା ସଂଯୋଜକ ମାର୍ତ୍ତଣ୍ଡଦେବ ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରୀତେଶ ରଞ୍ଜନ ମେହେର କାର୍ଯ୍ୟକ୍ରମ ପ୍ରାରମ୍ଭ ଓ ଉପସ୍ଥାପନ ଏବଂ ଭାସ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ନବପ୍ରଭାତ ଗୁରୁକୁଳ ଆଶ୍ରମର ବିଦ୍ୟାର୍ଥୀମାନେ ଯୋଗାଭ୍ୟାସ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଜନସାଧାରଣ ପ୍ରତିଦିନ ଯୋଗ କରି ନିଜକୁ ଓ ନିଜ ପରିବାରବାସୀଙ୍କୁ ନିରୋଗ ରଖିବା ପାଇଁ ଶପଥ ନେଇ ଥିଲେ ।

yuvodaya
Leave A Reply

Your email address will not be published.