jsm

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ୮ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆଇଟିଆଇ ପରିସରରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ୮ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ସାମାଜିକ ଦୂରତା ରକ୍ଷା କରି ଯୋଗ ଗୁରୁ ଅଶୋକ ଖମାରୀଙ୍କ ମାର୍ଗଦର୍ଶନ ଅନୁସାରେ ଯୋଗ ଦିବସ ପାଳନ କରାଯାଇଥିଲା । ଏଥିରେ କମାଣ୍ଡାଣ୍ଟ ପୱନ କୁମାର ତିୱାରୀ, ସିଏମ୍‌ଓ (ଏସଜି) ଡକ୍ଟର ରାମ ରଘୁନାଥ ରାମ, ଦ୍ୱିତୀୟ କମାଣ୍ଡିଂ ଅଫିସର ପିତବାସ ପଣ୍ଡା, ଡେପୁଟି କମାଣ୍ଡାଣ୍ଟ ସୟଦ ମୁଜିଦ ଅଲି, ଏସ୍‌ଏମ୍‌ ବଳରାମ ପାଟ୍ରା, ମିଲନ କୁମାର ସାହୁ, ଆଇଟିଆଇର ପ୍ରିନ୍‌ସିପାଲଙ୍କ ସହ ୫୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କମାଣ୍ଡାଣ୍ଟ ପୱନ କୁମାର ତିୱାରୀ ଯୋଗ ଦ୍ୱାରା ହେଉଥିବା ସୁଫଳ ବିଷୟରେ ଓ ଯୋଗ ଦିବସ ପାଳନର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରି ନିଜ ଅଭିଭାଷଣ ରଖିଥିଲେ । କେବଳ ଯୋଗ ଦିବସରେ ନୁହଁ ବରଂ ପ୍ରତିଦିନ ଯୋଗ କରିବା ପାଇଁ ସେ ସମସ୍ତଙ୍କୁ ପ୍ରବର୍ତ୍ତାଇ ଥିଲେ ।

yuvodaya
Leave A Reply

Your email address will not be published.