ଦମକିପାଲିଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସରକାରୀ ଉ.ପ୍ରା. ବିଦ୍ୟାଳୟ ଦମକିପାଲିଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇ ଯୋଗ ଓ ପ୍ରାଣାୟାମର ଉପକାରିତା ସମ୍ବନ୍ଧରେ ଛାତ୍ରଛାତୀଙ୍କୁ ବୁଝାଇବା ସହ ଯୋଗ ଶିକ୍ଷା ପ୍ରଦାନ କରିଥିଲେ ଓ ନିୟମିତ କିଛି ସମୟ ଯୋଗ କରିବାକୁ ପରାମର୍ଶ ଦେଇଥିଲେ । ସହ ଶିକ୍ଷକ ସତ୍ୟ ନାରାୟଣ ସାହୁ, ଦେବରାଜ ପଧାନ, ଆଶିଷ କୁମାର ସାହୁ, ସ୍ନିଗ୍ଧାମୟୀ ଯୋଶୀ, ଉର୍ବଶୀ ରାଜହଂସ, ଅନିମା ପଧାନ ଓ ଘଷିଏନ ସ୍ୱାସ୍ଥ୍ୟ ବିଭାଗରୁ ଯୋଗେଶ୍ୱର କୁମ୍ଭାର ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × five =