jsm

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗରରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ଅଭିଭାବକ, ପୂର୍ବତନ ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଦସ୍ୟ, ଶୁଭେଚ୍ଛୁକ ପ୍ରମୁଖ ଏହି ଯୋଗ ଶିବିରରେ ଅଂଶଗ୍ରହଣ କରିଥିଲେ । ପରିଚାଳନା ସମିତିର ସଭାପତି ଉପନ୍ଦ୍ରେ ମହାନ୍ତି ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାଗ ନେବା ସହ ଶିଶୁଙ୍କୁ ଶାରୀରିକ ବିକାଶରେ ଉନ୍ନତି, ଉପକାରୀତା ଏବଂ ଯୋଗର ତାତ୍ପର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ । ସଂପାଦକ ପଦ୍ମ ଚରଣ ସାହୁ ଉପସ୍ଥିତ ଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ, ବରିଷ୍ଠ ଆଚାର୍ଯ୍ୟ ମନୋରଞ୍ଜନ ଦାଶ, ଯୋଗଗୁରୁ ସୁକାନ୍ତ କୁମାର ସାହୁ, ଶାରୀରିକ ଗୁରୁଜୀ ଚତୁର୍ଭୁଜ ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଯୋଗର ବିଭିନ୍ନ ପ୍ରକାର ଆସନ କରି ତା’ର ପ୍ରଣାଳୀ ବିଷୟରେ ଛାତ୍ର ଛାତ୍ରୀ ଓ ଅନ୍ୟମାନଙ୍କୁ ମାର୍ଗ ଦର୍ଶନ କରିଥିଲେ ।

yuvodaya
Leave A Reply

Your email address will not be published.