csstore

ଗଣ୍ତାବାହାଲିରେ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ତାବାହାଲି ପଞ୍ଚାୟତ ହାଇସ୍କୁଲ ଖେଳ ପଡ଼ିଆରେ ପ୍ରାତଃ ୫ ଘଟିକା ସମୟରେ ଅନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସରକାରଙ୍କ ଆୟୁଷ ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଓ ଗଣ୍ତାବାହାଲି ବିକାଶ ମଞ୍ଚ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ଗଣ୍ତାବାହାଲି ସରପଞ୍ଚ କୈଶଲ୍ୟା ମେହେର, ସମ୍ମାନୀତ ଅତିଥି ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସିନାପାଲି ସୂର୍ଯ୍ୟକାନ୍ତ ଭୋଇ, ସମାଜସେବୀ ଦିବାକର ଖମାରୀ, ଜଗନ୍ନାଥ ସେଠୀ, ଗଙ୍ଗାରାମ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଆରମ୍ଭରେ ଡାକ୍ତର ବିଦ୍ୟାଭୂଷଣ ବାରିକ ସ୍ୱାଗତ ଅଭିଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଯୋଗ ଗୁରୁ ଦ୍ରୋଣେଶ୍ଵର ଜଗତ, ସରିତା ଅଗ୍ରୱାଲ ତଥା ଗାୟତ୍ରୀ ପ୍ରଜ୍ଞାପୀଠର ସହଯୋଗୀ ବୃନ୍ଦ ଯୋଗର ମହତ୍ତ୍ଵ ତଥା ଶରୀରକୁ ଆରୋଗ୍ୟ ରଖିବା ନିମିତ୍ତେ ବିଭିନ୍ନ ପ୍ରକାର ଯୋଗ ଓ ପ୍ରଣାୟମର ଅଭ୍ୟାସ କରାଇଥିଲେ । ଏହି ଯୋଗ ଶିବିରରେ ୭୦୦ରୁ ଅଧିକ ଯୁବକ, ଯୁବତୀ, ଶିଶୁ ତଥା ବରିଷ୍ଠ ନାଗରିକ ଯୋଗ ଦେଇଥିଲେ ।ଆଖପାଖ ଅଞ୍ଚଳର ଅନେକ ବ୍ୟକ୍ତି ତଥା ବିଭିନ୍ନ ଅନୁଷ୍ଠାନ ଯଥା ପଞ୍ଚାୟତ ହାଇସ୍କୁଲ ଗଣ୍ତାବାହାଲି, ଗଣ୍ତାବାହାଲି ସେବାଶ୍ରମ, ସରସ୍ଵତୀ ଶିଶୁ ମନ୍ଦିର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଗୁପ୍ତେଶ୍ୱର ମେହେର ସମସ୍ତଙ୍କୁ ଧନ୍ୟବାଦ ଦେଇ ଏହି ଯୋଗ ଶିବିରରେ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।

jayashree
Leave A Reply

Your email address will not be published.