ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ନାରାୟଣ ଦାସଙ୍କର ଗତକାଲି ଭୁବନେଶ୍ୱରରେ ପରଲୋକ ହୋଇଯାଇଛି । ରାଉରକେଲାର ନିବାସୀ ତଥା ଭୁବନେଶ୍ୱରରେ ଚିକିତ୍ସତ ହେଉଥିଲେ ସେ । ତାଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ୩ ପୁଅ ଓ ୨ ଝିଅ ଉପସ୍ଥିତ ଥିଲେ । ତାଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ କରାଯାଇଛି । ଜ୍ୟେଷ୍ଠ ପୁତ୍ର ମୁଖାଗ୍ନି ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୧୯୨୮ ନଭେମ୍ବର ୧୩ ତାରିଖରେ ଦୁର୍ଯ୍ୟୋଧନ ଦାସ ଓ କମଳା ଦାସଙ୍କ କୋଳ ମଣ୍ଡନ କରିଥିଲେ । ୧୯୪୮ମସିହାରେ ସେ ଅଂଚଳରେ ୨ୟ ମାଟ୍ରିକୁଲେଟ ଭାବେ ଗୌରବ ଅର୍ଜନ କରିଥିଲେ । ୧୯୩୮ ମସିହାରେ ଗାନ୍ଧୀ ଡେଲାଙ୍ଗ ଗସ୍ତରେ ଆସିଥିବା ବେଳେ କିଶୋର ନାରାୟଣ ତାଙ୍କୁ ଦେଖିବାକୁ ଯାଇଥିଲେ ଏବଂ ସ୍କୁଲରୁ ତାଙ୍କୁ ଇଂରେଜ ଡରରେ ଶିକ୍ଷକ ବାହାର କରିଦେଇଥିଲେ । ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସ୍ୱାଧୀନତା ସଂଗ୍ରାମ ଓ ସମାଜସେବାରେ ମନନିବେଶ କରିଥିଲେ । ଜାତିପ୍ରଥା ବିଲୋପ ଓ ଦଳିତମାନଙ୍କୁ ସମାନ ଅଧିକାର ଦେବା ସପକ୍ଷରେ ଓଡିଶାରୁ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦିକୁ ପଦଯାତ୍ରା କରି ସଚେତନ କରିଥିଲେ । ରାଉରକେଲାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଗଠନ, ଗାନ୍ଧିବାଦୀ ନୀତି ଆଦର୍ଶର ପ୍ରଚାର ପାଇଁ ସେ ଶ୍ରୀଲଙ୍କା, ଇଣ୍ଡୋନେସିଆ, ଆମେରିକା, ସିଙ୍ଗାପୁର ଆଦି ଯାତ୍ରା କରିଥିଲେ । ସମାଜସେବାକୁ ମୂଳ ଆଧାର କରିଥିବାରୁ ରାଜ୍ୟପାଳ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ସମ୍ମାନିତ କରିଛନ୍ତି । ପ୍ରଣବାନନ୍ଦ ସରସ୍ୱତୀ ଶାନ୍ତି ପୁରସ୍କାର ଦିଲ୍ଲୀ, ବରିଷ୍ଠ ନାଗରିକ ପୁରସ୍କାର ରାଉରକେଲା, ଆଚାର୍ଯ୍ୟ ହରିହର ଓ ଗୋପବନ୍ଧୁ ଚୌଧୁରୀ ସମ୍ମାନ, ମୁରଲୀଧର ପରିଜା ସ୍ମୃତି କମିଟି, କାନଭାସ ପକ୍ଷରୁ ରାଉରକେଲା ରତ୍ନ, ଉତ୍କଳମଣି ଗୋପବନ୍ଧୁ ସମ୍ମାନ, ଖଦି ଅନୁଷ୍ଠାନ ଜଳନ୍ଧର, ଆହ୍ୱାନ ଫାଉଣ୍ଡେସନ, ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ମାନ, ସମ୍ବାଦ ସାହିତ୍ୟ ଘର, ରାଉରକେଲା ସମ୍ମାନ ସମେତ ଶତାଧିକ ସମ୍ମାନ ଲାଭ କରିଥିଲେ । ତାଙ୍କ ଅକାଳ ବିୟୋଗରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ପୁର୍ବତନ ବିଧାୟକ ଜର୍ଜ ତିର୍କୀ, ପୁର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ, ସିଟୁ ନେତା ବିଷ୍ଣୁ ମହାନ୍ତି, ଜଗଦା ସାଂସ୍କୃତିକ ପରିଷଦର ସଂଜୀବ ମହାନ୍ତି, ପ୍ରଭାତ ମହାନ୍ତି, ଲଷ୍ମୀଧର ନାୟକ, ପିତାମ୍ବର ଲେଙ୍କା, ପିତାମ୍ବର ନାୟକ ଓ ସମସ୍ତ ସଦସ୍ୟ, ଶ୍ରମିକ ନେତା ହିମାଂଶୁ ବଳ, ପ୍ରଶାନ୍ତ ବେହେରା, ବୈଦ୍ୟନାଥ ଦାସ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ, ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ଦିଲୀପ ଶର୍ମା, ସମ୍ପାଦିକା ସଂଗୀତା ଜେନା, ଗାନ୍ଦୁର ଓରାମ, ଶୈଳେନ୍ଦ୍ର ସାହୁ, ସୁନୀଲ ଝା, ବିବେକ ଦାସ, ଦିନେଶ ମିଶ୍ର, କମଳ ବିଶ୍ୱାସ, ମୁକେଶ ସିହ୍ନା, ସୁବାଷ ଗୁପ୍ତା, ଇନ୍ଦ୍ର ମିସ୍ତ୍ରୀ, ସନ୍ତୋଷ ସ୍ୱାଇଁ, ମହେନ୍ଦ୍ର ମାହାତୋ, ସଚେତନ ନାଗରିକ ମଞ୍ଚର ସଭାପତି ଡାକ୍ତର ଫକୀର ଚରଣ ହୋତା, ସଂପାଦକ ପି.ପି.ରାୟ, କାର୍ଯ୍ୟକାରୀ ସଭାପତି ଡଃ ପୀତବାସ ମିଶ୍ର, ଜଟାଧାରି ମାଝୀ, କୁଞ୍ଜବିହାରୀ ରାଉତ, ଉପେନ୍ଦ୍ର ନାୟକ, ଜଗବନ୍ଧୁ ଜେନା, ଡା ବସନ୍ତ ଦାସଙ୍କ ସମେତ ବିଭିନ୍ନ ରାଜନୈତିକ, ସାମାଜିକ ସଂଗଠନ ପକ୍ଷରୁ ଅମର ଆତ୍ମାର ସଦଗତି କାମନା କରାଯାଇଛି । ସାମ୍ବାଦିକ ଅରବିନ୍ଦ ଦାସ ତାଙ୍କ କନିଷ୍ଠ ପୁତ୍ର ଅଟନ୍ତି ।
Prev Post