
ଦାୟିତ୍ୱ ଗ୍ରହଣ କରିବେ ନୂତନ ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ

ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ଦାୟିତ୍ୱ ଗ୍ରହଣ କରିବେ ନୂତନ ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ । ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ବିଏମ୍ସି କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ୱ ନେବେ । ବିଏମ୍ସିର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିବେ । ଏଥିପାଇଁ ପ୍ରାକ୍ ପ୍ରସ୍ତୁତି ମଧ୍ୟ ହୋଇଛି । ପୂର୍ବରୁ କମିଶନର ଥିବା ସଞ୍ଜୟ କୁମାର ସିଂହଙ୍କ ଠାରୁ ସେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବେ ।