oom

ପଞ୍ଚବଟୀ ସାହିତ୍ୟୋତ୍ସବରେ ସାରସ୍ୱତ ସ୍ରଷ୍ଟାଙ୍କ ମହାମିଳନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୌସୁମୀର ପଦଧ୍ୱନୀରେ ଉଲ୍ଲସିତ ଏବେ ବସୁଧା । ଏଭଳି ଅମୃତ ବେଳାରେ ସାହିତ୍ୟର ମଧୁର କଲ୍ଲୋଳ ଆହୁରି ଆକର୍ଷଣୀୟ । ମେଘରୁ ଖସି ପଡ଼ୁଥିବା ଟୋପା ଟୋପା ଜଳ ବିନ୍ଦୁରେ ଜୀବନ ପ୍ରତିବିମ୍ବିତ ହେଉଥାଏ ଓ ସାରସ୍ୱତ ସାଧକ କୁରୁଳି ଉଠୁଥାଏ । ଏହି ଅବସରରେ ସ୍ଥାନୀୟ ପଥରଚେପା ସ୍ଥିତ ପଞ୍ଚବଟୀ ଉଦ୍ୟାନରେ ଏକ ସାହିତ୍ୟୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପଶ୍ଚିମ ଓଡ଼ିଶାର ବହୁ ପ୍ରତିଷ୍ଠିତ ସାରସ୍ୱତ ସ୍ରଷ୍ଟାଙ୍କ ମହାମିଳନ ହୋଇଥିବା ଦେଖିବାକୁ ମିଳିଛି । ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନଂଦ ଚଂଦ୍ର ସାହୁ ଏହି ସାହିତ୍ୟାତ୍ସବ ସଂଚାଳନ ଦାୟିତ୍ୱ ବହନ କରିଥିଲେ । ପ୍ରାରମ୍ଭରେ ବରିଷ୍ଠ କବି ଭାଗୀରଥି ମିଶ୍ର ସାହିତ୍ୟ ସଂପର୍କରେ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ବଲାଙ୍ଗିର ଜିଲ୍ଲା ସଦସ୍ୟା ଡା. ଜ୍ୟୋତିର୍ମୟୀ ସାହୁ କବିତା ମାଧ୍ୟମରେ ଆଶୀର୍ବଚନ ପ୍ରଦାନ କରିଥିଲେ । ସାରସ୍ୱତ ସ୍ରଷ୍ଟାଙ୍କ ମଧ୍ୟରେ ବଲାଙ୍ଗିରର ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ଗଣେଶ ବାରିକ, ନବୀନ ବିଶ୍ୱବନ୍ଧୁ, ଗୋଲକ ଚନ୍ଦ୍ର ଦଳାଇ, ବରଗଡ଼ର ଜୟଶ୍ରୀ ସାହୁ, ପ୍ରବାସିନୀ ହୋତା, ସୋନପୁରର ସଂଗୀତା ପଣ୍ଡା ଷଡ଼ଙ୍ଗୀ, ବୌଦ୍ଧର ଆଦିତ୍ୟେଶ୍ୱର ମିଶ୍ର, ଆଶିଷ ମିଶ୍ର, ଦିଲୀପ ମହାନ୍ତି, ଅବକାଶ ପଧାନ, କଳାହାଣ୍ଡିର ହେମନ୍ତ ସାହୁ, ଅଜିତ ଭୋଇ, ପାଟଣାଗଡ଼ରୁ ଜ୍ୟୋତ୍ସ୍ନାରାଣୀ ଭୋଇ(କିଟ୍ଟି), ବଙ୍ଗୋମୁଣ୍ଡାରୁ ରାଜୀବ ସଗରିଆ, ଖପ୍ରାଖୋଲର ଶୋଭାକର ପଧାନ, ବଡ଼ମାଲର ରାଜୀବ ପ୍ରସାଦ ଭୋଇ ପ୍ରମୁଖ ଉପସ୍ଥିତ ରହି ନିଜସ୍ୱ କବିତା ଓ ଗପ ପଠନ କରିଥିଲେ । ପଠିତ କବିତା ଓ ଗଳ୍ପ ସଂପର୍କରେ ସଂକ୍ଷିପ୍ତ ଆଲୋଚନା କରିଥିଲେ ଅଧ୍ୟାପକ କୌତୁକ ପନ୍ଦର ଓ ଡ. ଜଗନ୍ନାଥ ସାହୁ । ଏହି ସାହିତ୍ୟୋତ୍ସବରେ ଶତାଧିକ ସାହିତ୍ୟପ୍ରେମୀ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଆୟୋଜନରେ ସହଯୋଗ କରିଥିଲେ ଗୋପୀନାଥ ଦଣ୍ଡସେନା, ଅନନ୍ତ ବିଶ୍ୱାଳ, ମଧୁସୂଦନ ନେଗୀ, ସୁଶାନ୍ତ ବାଗ, ମୃତ୍ୟୁଂଜୟ ବେହେରା ଓ ସଉକିଲାଲ ସାହୁ । ସଭା ଶେଷରେ ଉପସ୍ଥିତ ସାହିତ୍ୟ ସ୍ରଷ୍ଟା ଓ ଶ୍ରୋତାଙ୍କୁ ପଞ୍ଚବଟୀ ଉଦ୍ୟାନର ପୃଷ୍ଠପୋଷକ ଅରୁଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.